Latest Odisha News

BREAKING NEWS

ଯୁବକଙ୍କୁ ମାଡମାରି ନିଲମ୍ବିତ ହେଲେ ପୋଲିସ ବାବୁ, ଦେଖନ୍ତୁ ଭିଡିଓ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ଯୁବକଙ୍କୁ ଗାଳିଗୁଲଜ ତଥା ସର୍ବସମ୍ମୁଖରେ ମାଡ ମାରିବା ଘଟଣାରେ ଗୁରୁବାର ଦିନ ରିଜର୍ଭ ପୋଲିସର ଜଣେ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକର ତିନି ଜଣ ଯୁବକ ବୁଧବାର ଦିନ ବୌଦ୍ଧସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ କମେଣ୍ଟ ମାରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏନେଇ ଖବର ପାଇ ଘଟଣାସ୍ଥଳରେ ୨ ଜଣ ପୋଷାକଧାରୀ କନେଷ୍ଟବଳ ଓ ଅନ୍ୟ ଜଣେ ସାଦା ପୋଷାକ ପିନ୍ଧିଥିବା ଜଣେ ପୋଲିସ କର୍ମଚାରୀ ପିସିଆର୍ ଭ୍ୟାନ୍ ନେଇ ପହଞ୍ଚିଥିଲେ । ପରେ ପୋଲିସ ବାବୁ ଜଣେ ଯୁବକଙ୍କୁ ପାଖକୁ ଡାକି ଏକ ମୋଟା ପ୍ଲାଷ୍ଟିକ୍ ପାଇପ ଧରି ବାଡେଇଥିଲେ । ସାଦା ପୋଷାକ ପିନ୍ଧିଥିବା ପୋଲିସ ବାବୁ ରିଜର୍ଭ ପୋଲିସରେ କାର୍ଯ୍ୟରତ କନେଷ୍ଟବଳ ରଞ୍ଜନ ମହାପାତ୍ର ବୋଲି ଜଣାପଡିଛି ।

ପରେ ୩ ଜଣଙ୍କୁ ପଚରାଉଚରା କରିବା ଲାଗି ବୌଦ୍ଧ ଥାନାକୁ ନିଆଯାଇଥିବା ନେଇ ଜଣାପଡିଛି ।

ତେବେ ଉକ୍ତ ମାଡମରା ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଶ୍ରୀ ମହାପାତ୍ରଙ୍କୁ ବୌଦ୍ଧ ଏସପି ୱାଇ ରଘୁନାଥ ରାଓ ନିଲମ୍ବିତ କରିଛନ୍ତି ।

Leave A Reply

Your email address will not be published.