Latest Odisha News

BREAKING NEWS

ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ; ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଜାରି ରହିଛି ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ । ଗତକାଲି ରାତିରେ ଶ୍ରୀନଗର ପାଣ୍ଠାରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏଥିରେ ୩ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ଶନିବାର ରାତିରେ ଶ୍ରୀନଗରର ପାଣ୍ଠାରେ ଆତଙ୍କବାଦୀ ଓ ସିଆରପିଏଫ ମଧ୍ୟରେ ଗୁଳିଚାଳନା ହୋଇଥିଲା । ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ସିଲ୍ କରିବା ସହ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରିଥିଲା । ଏହି ସମୟରେ ଆତଙ୍କବାଦୀଙ୍କ ଗୁଳି ଚାଳନା କରିଥିଲେ । ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ । ଏଥିରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହି ଗୁଳି ବିନିମୟରେ ଜମ୍ମୁ-କାଶ୍ମୀର ପୋଲିସର ଜଣେ ଏଏସଆଇ ବାବୁ ରାମ ମଧ୍ୟ ସହିଦ ହୋଇଛନ୍ତି।

Leave A Reply

Your email address will not be published.