Latest Odisha News

BREAKING NEWS

ସାମ୍ନାକୁ ଆସିଲା ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ; ଶ୍ବାସରୁଦ୍ଧରୁ ମୃତ୍ୟୁ

କଟକ  : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ।  ଆସିଲା ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ  । ଏହି ରିପୋର୍ଟରେ ଶ୍ବାସରୁଦ୍ଧରୁ ରାଜଶ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅପରପକ୍ଷରେ ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେହି ରିପୋର୍ଟରେ ଜଣାପଡିନି। ଭିସେରା ରିପୋର୍ଟ ଆସିବା ପରେ ରାଜଶ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ବୋଲି ପୁଲିସ କହିଛି।

ସୂଚନା ଅନୁଯାୟୀ, ୧୩ ତାରିଖରେ ଗୁରୁଡିଝାଟିଆ ଅଞ୍ଚଳ ସୁବାସି ସଂରକ୍ଷିତ ଜଙ୍ଗଲରୁ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଗୁରୁଡିଝାଟିଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ସେ ରହୁଥିବା ହୋଟେଲରୁ ଏକାଧିକ ସାମଗ୍ରୀ ସହ ସ୍କୁଟିରୁ ଏକ ସୁଇସାଇଡ ନୋଟ ଜବତ କରିଥିଲା। ଯେଉଁଥିରେ ତା ମୃତ୍ୟୁ ପାଇଁ କୋଚ ପୁଷ୍ପାଞ୍ଜଳି ଏବଂ ମାଣ୍ଡେଲା ସାର ଦାୟୀ ବୋଲି ଉଲ୍ଲେଖ କରିଥିଲେ। ହେଲେ ପୁଲିସ ଏ ପର୍ଯ୍ୟନ୍ତ ମାଣ୍ଡେଲା ସାର କିମ୍ବା ପୁଷ୍ପାଞ୍ଜଳିଙ୍କୁ ପଚରାଉଚରା କରିନାହିଁ ବୋଲି ଜଣାପଡ଼ିଛି ।

Comments are closed.