Latest Odisha News

BREAKING NEWS

ରାଜ୍ୟରେ ୧ କୋଟି ଟପିଲା ଟିକାକରଣ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧ କୋଟି ଟପିଲା ଟିକାକରଣ ସଂଖ୍ୟା। କରୋନା ଟିକାକରଣର ପ୍ରଥମ ମାତ୍ରା ସହିତ ଏକ କୋଟି ଲୋକଙ୍କୁ ଟିକାକରଣ କରିବାରେ ଓଡିଶା ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏ ନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବିଭାଗ ରବିବାର ଟୁଇଟ୍ କରିଛି।

ଟୁଇଟ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ ଆମେ ବିଶ୍ବ ଟିକାକରଣ ଆଡକୁ ଅଗ୍ରସର ହେଉଛୁ। ଏହା ସମ୍ଭବ ହୋଇଥିବାରୁ ଆମେ ଓଡିଶାବାସୀ ତଥା ଆମର ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଦେଉଛୁ।

Comments are closed.