Latest Odisha News

BREAKING NEWS

ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ସପ୍ତାହେ ୧୦-୧୨ ହଜାର ରହିବ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦-୧୨ ହଜାର ରହିବ । ବର୍ତ୍ତମାନ କରୋନା ପ୍ଲାଟ୍ୟୁ ସ୍ଥିତିରେ ରହିଛି । ପଜିଟିଭ୍ ହାର କୋଡିଏ ପ୍ରତିଶତ ରହୁଛି । ଟେଷ୍ଟ ଅଧିକ କିମ୍ବା କମ୍ କଲେ ବି ପଜିଟିଭିଟି ରେଟ୍ ୨୦ ପ୍ରତିଶତ ରହୁଛି । ପଜିଟିଭ୍ ହାର ହ୍ରାସ ପାଇଁ ଆଉ ଗୋଟିଏ ସପ୍ତାହ ଲାଗିବ । ମେ ଶେଷ କିମ୍ବା ଜୁନ୍ ପ୍ରଥମ ସପ୍ତାହରେ ସଂକ୍ରମଣ ଧୀରେ ଧୀରେ କମିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।

ବିଶେଷଜ୍ଞଙ୍କ ମତରେ ମେ ୩୧ ପରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ତଳକୁ ଖସିବ । ଓଡ଼ିଶାରେ ବିଳମ୍ବରେ କେସ୍ ବଢ଼ିଥିଲା । ତେଣୁ ଅନ୍ୟ ରାଜ୍ୟ ତୁଳନାରେ ବିଳମ୍ବରେ ବି କମିବ । ଏବେ ଗାଁଗଣ୍ଡାକୁ ଅଧିକ ଫୋକସ କରିବାକୁ ପଡ଼ିବ ବୋଲି ନିରୋଜ ମିଶ୍ର କହିଛନ୍ତି । ତେଣଉ ଆଉ ଦୁଇ ସପ୍ତାହ ଲକଡାଉନର ଆବଶ୍ୟକତା ଥିବା ସେ କହିଛନ୍ତି ।

Leave A Reply

Your email address will not be published.