Latest Odisha News

ଦୀପାବଳି ପାଇଁ ଅକ୍ଟୋବର ୨୦ରେ ଅତିରିକ୍ତ ଛୁଟି ଘୋଷଣା, ୨୫ରେ କାମ କରିବେ… 

ଭୁବନେଶ୍ୱର: ଦୀପାବଳୀ ପର୍ବ ଉପଲକ୍ଷେ ଅକ୍ଟୋବର ୨୦ ତାରିଖକୁ ଅତିରିକ୍ତ ଛୁଟି ଭାବେ ଘୋଷଣା କଲେ ରାଜ୍ୟ ସରକାର। ସେହି ଦିନ ନୂଆପଡା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଏହି ଦିନ କେବଳ ନୂଆପଡା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ଖୋଲା ରହିବ। ଏହା ସହିତ ଆସନ୍ତା ୨୫ ତାରିଖ ଅର୍ଥାତ୍ ଚତୁର୍ଥ ଶନିବାରକୁ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି।

ତେବେ ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ। ଯଦିଓ ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ ବୋଲି ଜଣାପଡ଼ିଛି।

Comments are closed.