Latest Odisha News

BREAKING NEWS

କମିଶନରେଟ୍ ପୋଲିସ ବିଛାଇଲା ଜାଲ, ଫସିଗଲେ ଲୁଟେରା

ଭୁବନେଶ୍ୱର : ମୋ ବସ୍ ଲୁଟେରାଙ୍କୁ ବାନ୍ଧିଲା ପୋଲିସ । କମିଶନରେଟ୍ ପୋଲିସ ୭ ଜଣ ଲୁଟେରାଙ୍କୁ ବାନ୍ଧିଛି । ମୋ ବସରୁ ବିଭିନ୍ନ ସମୟରେ ଚୋରି କରୁଥିଲେ ଏହି ଅଭିଯୁକ୍ତମାନେ। ସେମାନଙ୍କଠାରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ ଜବତ ହୋଇଛି । ଲୁଟର ଶିକାର ୩ଜଣଙ୍କୁ ପୋଲିସ ଟଙ୍କା ଫେରାଇଛି ।

କମିଶନରେଟ୍ ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଭାବେ ଜାଲ ବିଛାଇଥିଲା । ଏମାନେ ଭିଡ଼ ଭିତରେ ଲୋକଙ୍କୁ ଅତି ଚତୁରତାର ସହିତ ଲୁଟ୍ କରୁଥିଲେ । ଯୋଜନା କରି ଜାଣିଶୁଣି ଭିଡ଼ର ଭ୍ରମ ତିଆରି କରନ୍ତି । ମଉକା ଦେଖି ହରଣଚାଳ କରିନିଅନ୍ତି ପର୍ସ କିମ୍ୱା ପକେଟ୍ ମାର୍ କରିନିଅନ୍ତି । ନୟାପଲ୍ଲୀ ଥାନାରେ ଗତ ସପ୍ତାହ ଜଣେ ଲୁଟ୍ ର ଶିକାର ବ୍ୟକ୍ତି ଏତଲା ଦେଇଥିଲେ । ସେ ସୁନା ବନ୍ଧକ ରଖି ଟଙ୍କା ନେଇ ଯାଉଥିଲେ । ତାଙ୍କର ଏତଲାକୁ ଭିତ୍ତି କରି ପୋଲିସ ସ୍ୱତନ୍ତ୍ର ଡ୍ରାଇଭ୍ କରିଥିଲା ଓ ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ସକ୍ଷମ ହେଲା ।

Leave A Reply

Your email address will not be published.