Latest Odisha News

ସାବାଡ୍ ହେଉଛନ୍ତି ବାଲି ମାଫିଆ, ଚାଲିଛି ଘନ ଘନ ରେଡ୍

ଭୁବନେଶ୍ବର: ସାବାଡ୍ ହେଉଛନ୍ତି ବାଲି ମାଫିଆ । ରାଜ୍ୟରେ ଚୋରା ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚାଲିଛି ଘନ ଘନ ରେଡ୍ । ରାଜ୍ୟ ତମାମ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାକୁ  ଜବତ କରାଯାଉଛି । ଏନେଇ ଆଜି ସୂଚନା ଦେିଛନ୍ତି, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଓ୍ବାଇବି ଖୁରାନିଆ ।

ତାଙ୍କ ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ଗତ ୭ ତାରିଖରୁ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ଆଜି ପର୍ଯ୍ୟନ୍ତ ସାରା ରାଜ୍ୟରେ ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ୪୫୬ଟି ମାମଲା ରୁଜୁ କରାଯାଇଥିବା ବେଳେ ୫୨୪ଟି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାକୁ ଜବତ କରାଯାଇଛି । ଏଥିସହିତ ୩୬୦ ଜଣ ବାଲି ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ୧ଶହରୁ ଅଧିକ ଲୋକଙ୍କୁ, ଏଭଳି ବେଆଇନ କାର୍ଯ୍ୟ ପାଇଁ ନୋଟିସ ଜାରି କରାଯାଇଛି ।

ତେବେ ଏହି ଧରପଗଡ଼ ଅଭିଯାନ ଲଗାତାର ଭାବେ ଚାଲିବ । ଏଥିରେ ବାଲି, ମୋରମ ଚୋରା କାରବାର ସମ୍ପର୍କରେ ସ୍ଥାନୀୟ ବ୍ୟକ୍ତିବିଶେଷ ମଧ୍ୟ ପୋଲିସକୁ ସୂଚନା ମଧ୍ୟ ଦେଇପାରିବେ । ଏହି ଅଭିଯାନ କାରଣରୁ, ରାଜ୍ୟରେ ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ଦୌରାତ୍ମ୍ୟ କମିବ ବୋଲି ମତ ରଖିଛନ୍ତି ଖୁରାନିଆ ।

Comments are closed.