Latest Odisha News

BREAKING NEWS

୭ବର୍ଷର ନାବାଳିକାକୁ ମନ୍ଦିରରେ ଦୁଷ୍କର୍ମ କରିବା ଅଭିଯୋଗରେ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ମନ୍ଦିରରେ ଜଣେ ସାତ ବର୍ଷର ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଏହା ଅତ୍ୟନ୍ତ ବର୍ବର ଜନିତ କାଣ୍ଡ ବୋଲି କହି ଅଭିଯୁକ୍ତକୁ ୩୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୮ ମସିହାରେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା । ଆଜି ଏହି ମାମଲାର ଶୁଣାଣୀ କରି ଏପରି ରାୟ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

୨୦୧୮ ମସିହାରେ ମଧ୍ୟପ୍ରଦେଶର ଏକ ମନ୍ଦିରରେ ପୀଡିତଙ୍କ ଜଣେ ସମ୍ପର୍କୀୟ ତାଙ୍କୁ ଅପହରଣ କରିନେଇ ଏକ ମନ୍ଦିର ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ନାଁରେ ଏତଲା ଦେଇଥିଲେ ନାବାଳିକାର ଜେଜେମା’ । ସେତେବେଳେ ଅଭିଯୁକ୍ତକୁ ୪୦ ବର୍ଷ ହୋଇଥିଲା । ନାବାଳିକାକୁ କୌଣସି ବାହାନା ଦେଖାଇ ତାକୁ ଏକ ମନ୍ଦିରକୁ ନେଇ ସେଠାରେ ତା’ର ଦୁଷ୍କର୍ମ କରିଥିଲା । ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ପରେ ମଧ୍ୟପ୍ରଦେଶ ନିମ୍ନ ନ୍ୟାୟାଳୟ ଆଇପିସି ଧାରା ୩୭୬ବି ଅନୁଯାୟୀ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ ।

କିନ୍ତୁ ନିମ୍ନ ନ୍ୟାୟାଳୟକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ଜଣଙ୍କ ହାଇକୋର୍ଟର ଦ୍ଵାରସ୍ତ ହୋଇଥିଲେ । ହାଇକୋର୍ଟ ମୃତ୍ୟୁ ଦଣ୍ଡକୁ ବଦଳାଇ ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ଦେଇଥିଲେ । ଏହାପରେ ସୁପ୍ରିମକୋର୍ଟର ଦ୍ଵାରସ୍ତ ହୋଇଥିଲା ଅଭିଯୁକ୍ତ । ଆଜି ଏହି ମାମଲାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ୩୦ ବର୍ଷ କାରାଦଣ୍ଡ ସହ ୧ଲକ୍ଷ ଟଙ୍କାର ଜୋରିମାନା ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ଜଷ୍ଟିସ ସିଟି ରବିକୁମାର ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଏକ ବେଞ୍ଚ ଆବେଦନକାରୀଙ୍କ ବର୍ତ୍ତମାନର ବୟସ ଏବଂ ପୂର୍ବରୁ କାରାଗାରରେ ରହିଥିବା ସମୟକୁ ବିଚାରକୁ ନେଇ ଏହି ଦଣ୍ଡ ଶୁଣାଇଛନ୍ତି । ବେଞ୍ଚ କହିଛି ଯେ କୌଣସି ମନ୍ଦିର ପରିଦର୍ଶନ କରିବାବେଳେ ପୀଡିତାଙ୍କୁ ଏହି ଦୁର୍ଭାଗ୍ୟଜନକ, ବର୍ବର ଘଟଣାର ଖରାପ ସ୍ମୃତି ମନକୁ ଆସିପାରେ ଏପରିକି ତାଙ୍କ ଭବିଷ୍ୟତ ବିବାହିତ ଜୀବନ ଉପରେ ମଧ୍ୟ ଏକା ପ୍ରତିକୂଳ ପ୍ରଭାବ ପକାଇପାରେ ।

Leave A Reply

Your email address will not be published.