Latest Odisha News

ଫିଲିପିନ୍ସରେ ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ କଲା ସୁପର ଟାଇଫୁନ୍ ‘ଗୋନି’

ଫିଲିପିନ୍ସ: ୨୦୨୦ରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଟାଇଫୁନ୍ ଗୋନି ଆଜି ଫିଲିପିନ୍ସରେ ସ୍ଥଳଭାଗ ଛୁଇଁଛି । କାଟାନଡ୍ୱେନ୍ସ ଦ୍ୱୀପରେ ଲ୍ୟାଣ୍ଡଫଳ କରିଥିଲା ଏହି ସୁପର ଟାଇଫୁନ୍ । ଘଣ୍ଟାପ୍ରତି ୨୨୫ କିଲୋମିଟର ବେଗରେ ସ୍ଥଳଭାଗରେ ମାଡ଼ ହୋଇଥିଲା ।

ସ୍ଥଳଭାରେ ୨୨୫ରୁ ୧୬୫ କିଲୋମିଟର ବେଗରେ ବହିଥିଲା ପବନ । ଗୋନି ସାଙ୍ଗରେ ନେଇ ଆସିଥିଲା ପ୍ରଳୟ । ଧ୍ୱଂସ ଲୀଳି ରଚିଥିଲା । ଉଡ଼ାଇ ନେଇଥିବା ଘରର ଛାତ । ବଡ଼ ବଡ଼ ଗଛ ସବୁ ଉପୁଜି ପଡ଼ିଥିଲା । ବ୍ୟାପକ କ୍ଷୟକ୍ଷତି ହୋଇଛି ।

ବର୍ତ୍ତମାନ ସୁଦ୍ଧା ୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଆହତ ହୋଇଥିବା ସୂଚନା ମିଳିଛି । ଗୋନି ପ୍ରଭାବରେ ଏବେ ଫିଲିପିନ୍ସରେ ପ୍ରବଳ ବର୍ଷା ପବନ ଲାଗି ରହିଛି । ଫିଲିପିନ୍ସ ଉପକୂଳ ପହଞ୍ଚିବା ପୂର୍ବରୁ ଗୋନି ସୁପର ଟାଇଫୁନ୍ ରୂପ ଧାରଣ କରିଥିଲା । ଏହା ପୂର୍ବରୁ ଟାଇଫୁନ୍ ମାଲୋଭ୍ ଏହି ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା । ଯେଉଁଥିଲେ

Leave A Reply

Your email address will not be published.