Latest Odisha News

BREAKING NEWS

ଭୁବନେଶ୍ୱରରେ ଏକଜୁଟ ହେଲେ ହଜାର ହଜାର ଡ୍ରାଇଭର

ଭୁବନେଶ୍ୱର : ପୁଣି ଆନ୍ଦୋଳନକୁ ଓହ୍ଳାଇଛନ୍ତି ଓଡ଼ିଶା ଡ୍ରାଇଭର ଆସୋସିଏସନ୍ । ୧୦ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଳାଇଛି ସଂଘ । ୩୦ ଜିଲ୍ଲାର ଗାଡି ଚାଳକମାନେ ରାଜଧାନୀରେ କରୁଛନ୍ତି ବିଶାଳ ସମାବେଶ । ଗତକାଲି ରାତିରୁ ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଭୁବନେଶ୍ୱର ଆସିଥିବା ଦେଖିବାବୁ ମିଳିଛି । ସୂଚନା ମୁତାବକ, ପୂର୍ବରୁୁ ଡ୍ରାଇଭର ଆସୋସିଏସ୍ ୧୦ ଦଫା ଦାବି ନେଇ ଭୁବନେଶ୍ୱର ପଦଯାତ୍ରା କରିଥିଲା ।

BjdElectrycity

ବୁଝାସୁଝା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥଲା ସଂଘ । ପଂଚାୟତ ନିର୍ବାଚନ ପରେ ସେମାନଙ୍କ ଦାବି ଉପରେ ବିଚାର କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ନିର୍ବାଚନ ପରେ ସେମାନଙ୍କ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନ ନେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।

ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଗାଡି ଚାଳକଙ୍କୁ ୨୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବା, ୮ ଘଂଟା କାର୍ଯ୍ୟ କରିବା, ୧୦୦ କିଲୋମିଟର ମଧ୍ୟରେ ବସ ପାର୍କିଂ ପାଇଁ ବ୍ୟବସ୍ଥା ଆଦି ସେମାନଙ୍କର ଦାବି ରହିଛି ।

Leave A Reply

Your email address will not be published.