Latest Odisha News

BREAKING NEWS

ଆଜିଠୁ ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ

ଭୁବନେଶ୍ୱର: ଆଜିଠୁ ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ । ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଅଭ୍ୟର୍ଥନା ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହୋଇଛି । ସାଧାରଣ ଲୋକେ ନିଜର କାମ ପାଇଁ ଲୋକସେବା ଭବନ ଯାଇପାରିବେ ।

ସେପଟେ ଲୋକସେବା ଭବନକୁ ଯିବାକୁ ହେଲେ ପାସ୍ ଆବଶ୍ୟକ ।  ଅନଲାଇନରେ ଆବେଦନ କରିପାରିବେ ସାଧାରଣ ଲୋକ । ଗୃହ ବିଭାଗର ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାମ୍ବାଦିକ । କୋଭିଡ କଟକଣା ହଟିବା ପରେ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଅନୁମତି ନେଇ ବାରମ୍ବାର ସାମ୍ବାଦିକଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା ।

Leave A Reply

Your email address will not be published.