Latest Odisha News

BREAKING NEWS

ରଣଜୀ ଟ୍ରଫି: ୟୁପି ବିପକ୍ଷ ମ୍ୟାଚରୁ ବାଦ ପଡିଲେ ଅଂଶୁମାନ

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଉତରପ୍ରଦେଶ ବିପକ୍ଷ ମ୍ୟାଚରୁ ବାଦ ପଡିଛନ୍ତି ଓଡିଶାର ଅଂଶୁମାନ ରଥ । ଚଳିତ ମାସ ୧୭ରେ ମୀରଟରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଓଡିଶା ଗସ୍ତ କରିଛି । ୨୫ ବର୍ଷୀୟ ଅଂଶୁମାନ ହିମାଚଳ ପ୍ରଦେଶ ବିପକ୍ଷରେ ଚଳିତ ସିଜନର ପ୍ରଥମ ରଣଜୀ ମ୍ୟାଚ ଖେଳିଥିଲେ । ଏଥିରେ ସେ ୩ ଓ ୧୨ ରନ କରିବାକୁ ସକ୍ଷମ ହୋଇଥିଲେ । ଏହି ମ୍ୟାଚରେ ଓଡିଶା ୩ ୱିକେଟରେ ପରାଜୟବରଣ କରିଥିଲା । ଏଥିଯୋଗୁ ଓଡିଶାର ନକଆଉଟ ପ୍ରବେଶ ଆଶା ଏକପ୍ରକାର ଶେଷ ହୋଇଯାଇଛି । ୮ଟି ଟିମ ମଧ୍ୟରେ ଓଡିଶା ୭ମ ସ୍ଥାନରେ ରହିଛି । ଦଳ ୫ ମ୍ୟାଚରୁ ମାତ୍ର ୭ ପଂଏଟ ହାସଲ କରିବାକୁ ସକ୍ଷମ ହୋଇଛି । ତେବେ ୨୫ ବର୍ଷରୁ କମ ସିକେ ନାୟୁଡୁ ଟ୍ରଫିରେ ହିମାଚଳ ବିପକ୍ଷ ମ୍ୟାଚ ପାଇଁ ଓଡିଶା ଦଳ ଅପରିବର୍ତିତ ରହିଛି ।

ଓଡିଶା ଟିମ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଶୁଭମ ନାୟକ, ଅନୁରାଗ ଷଡଙ୍ଗୀ, ଜୟନ୍ତ ବେହେରା, ଶାନ୍ତନୁ ମିଶ୍ର, ସୂର୍ଯ୍ୟକାନ୍ତ ପ୍ରଧାନ, କାର୍ତିକ ବିଶ୍ୱାଳ, ତାରିଣୀ ସ, ଗୋବିନ୍ଦ ପୋଦ୍ଦାର, ପ୍ରୟାସ ସିଂ, ଅଭିଷେକ ରାଉତ, ସୁନୀଲ କୁମାର ରାଉଳ, ରାଜେଶ ଧୂପର, ରାକେଶ ପଟ୍ଟନାୟକ, ସୁଜିତ ଲେଙ୍କା, ବସନ୍ତ ମହାନ୍ତି ।

Comments are closed.