Latest Odisha News

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି ଏବଂ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ବାତିଲ…

ଭୁବନେଶ୍ୱର: ଯାତ୍ରୀଙ୍କୁ ନିରନ୍ତର ଯାତ୍ରା ସୁବିଧା ଯୋଗାଇବା ଏବଂ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସେଥି ମଧ୍ୟରେ ରହିଛି:-

• ବିଶାଖାପାଟଣା-ତିରୁପତି-ବିଶାଖାପାଟଣା (08547/08548) ଟ୍ରେନ୍ ନମ୍ବର 08547/08548 ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟଣାରୁ ୨୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଏବଂ ତିରୁପତିରୁ ୨୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି।

• ବିଶାଖାପାଟଣା – ଚରଲାପାଲି-ବିଶାଖାପାଟଣା (08579/08580) ଟ୍ରେନ୍ ନମ୍ବର 08579/08580 ବିଶାଖାପାଟଣା- ଚରଲାପାଲି- ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ୨୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବିଶାଖାପାଟଣାରୁ ଏବଂ ଚରଲାପାଲିରୁ ଏହା ୨୭ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି।

• ଉଧନା-ଖୋର୍ଦ୍ଧା ରୋଡ୍-ଉଧନା (09059/09060) ଟ୍ରେନ୍ ନମ୍ବର 09059/09060 ଉଧନା-ଖୋର୍ଦ୍ଧା ରୋଡ୍-ଉଧନା ସ୍ୱତନ୍ତ୍ର ଟ୍ରେନ ୨୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଉଧନାରୁ ଏବଂ ଖୋର୍ଦ୍ଧା ରୋଡ୍ରୁ ୨୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି।

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ନିମ୍ନଲିଖିତ ଟ୍ରେନ୍ ବାତିଲ୍

ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ କୋଟ୍ଟାଭାଲସା- ପେନ୍ଦୁର୍ତ୍ତି ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ୦୬ ଅଗଷ୍ଟ ୨୦୨୫ରୁ ୦୯ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ନିମ୍ନଲିଖିତ ଟ୍ରେନଗୁଡିକ ବାତିଲ୍ କରାଯିବ।

• ବିଶାଖାପାଟଣାରୁ ଛାଡିବାକୁ ଥିବା ଟ୍ରେନ ନମ୍ବର 18526 ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ ୦୬ ଅଗଷ୍ଟ ୨୦୨୫ରୁ ୦୮ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବାତିଲ କରାଯିବ।

• ବ୍ରହ୍ମପୁରରୁ ଛାଡିବାକୁ ଥିବା ଟ୍ରେନ ନମ୍ବର 18525 ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ ୦୭ ଅଗଷ୍ଟ ୨୦୨୫ରୁ ୦୯ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବାତିଲ କରାଯିବ।

 

Comments are closed.