ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସଦସ୍ୟ (ଲିଗାଲ) ଶ୍ରୀ ବିଶ୍ୱଜିତ ମହାନ୍ତିଙ୍କ ଶପଥ ଗ୍ରହଣ । ଆଜି ପୂର୍ବାହ୍ନରେ ଶୈଳଶ୍ରୀ ବିହାର ସ୍ଥିତ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ କାର୍ଯ୍ୟାଳୟରେ ବିଶ୍ୱଜିତ ମହାନ୍ତି ସଦସ୍ୟ ରୂପେ ପଦ ଓ ଗୋପାନୀୟତାର ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ଶ୍ରୀ ମହାନ୍ତିଙ୍କୁ ପଦ ଓ ଗୋପାନୀୟତାର ଶପଥ ପାଠ କରାଇଥିଲେ ।
ଏହି ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅନ୍ୟ ସଦସ୍ୟଙ୍କ ସହିତ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଓପିଟିସିଏଲ ନିର୍ଦ୍ଦେଶକ ବି.ବି ମେହତା, ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ, ଏମଡି ଗ୍ରୀଡ଼କୋ ତ୍ରିଲୋଚନ ପଣ୍ଡା, ଓଏଚପିସି ଡ଼ାଇରେକ୍ଟର, ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.