Latest Odisha News

BREAKING NEWS

ନଭିମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନ ଭଡ଼ା ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଭିଡ୍ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନାଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଏପ୍ରିଲରୁ ବ୍ୟବହାର କରି ଆସୁଥିଲେ ।

ଏହାର ଭଡ଼ା ବାବଦ ଦେୟ ୨ କୋଟି ୧୬ ହଜାର ଟଙ୍କା ଥିବାବେଳେ ମହାମାରୀର ଏ ବିପଦ ସମୟରେ  ମାନବିକତା ତଥା ମୁମ୍ବାଇର ଜନସାଧାରଣଙ୍କ ପ୍ରତି ସଦିଚ୍ଛାପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଓଡ଼ିଶା ଭବନ ଭଡ଼ା ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଓଡ଼ିଶା ମହାରାଷ୍ଟ୍ରକୁ ଜରୁରୀ ଭିତ୍ତିରେ ଗତ  ପନ୍ଦର ଦିନ ହେଲା ଅକ୍ସିଜେନ ମଧ୍ୟ ଯୋଗାଉଛି ।

Leave A Reply

Your email address will not be published.