Latest Odisha News

BREAKING NEWS

ଭୁବନେଶ୍ୱରର ଏହି ମଲରେ ଦିଆଯିବ ଦ୍ୱିତୀୟ ଡୋଜ୍ କୋଭାକ୍ସିନ୍

ଭୁବନେଶ୍ୱର: ରାଜଧାନୀରେ କରୋନା ଟିକାକରଣକୁ ବିଏମସି ବ୍ୟାପକ କରିଛି । ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଅନ୍ୟପଟେ ଘରୋଇ ହସ୍ପିଟାଲରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକାଦାନ ବନ୍ଦ ରହିଛି । ଫଳରେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ଟିକା ନେଇଥିବା ଲୋକ ଭ୍ୟାକ୍ସିନ୍ କେଉଁଠି ନେବେ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ସେମାନଙ୍କ ଲାଗି ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ରସୁଲଗଡ଼ ସ୍ଥିତ ଏସପ୍ଲାନେଡ୍ ମଲର ପାର୍କିଂରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଏଥିଲାଗି ଆଜି ଅପରାହ୍ଣ ୫ଟାରୁ ବୁକିଂ ଆରମ୍ଭ ହେବ । ମେ ୮ ତାରିଖ ଲାଗି ୪୦୦ ସ୍ଲଟ୍ ରହିଛି । ମେ ୯ରେ ରବିବାର ଟିକାକରଣ ବନ୍ଦ ରହିବ । ମେ ୧୦ରୁ ୧୫ ତାରିଖ ଯାଏ ୫୦୦ ସ୍ଲଟ୍ ରହିଛି । ଏସପ୍ଲାନେଡ୍ ମଲର ପ୍ରସ୍ଥାନ ଗେଟରେ ଟିକା ଦିଆଯିବ ବୋଲି ବିଏମସି ସୂଚନା ଦେଇଛି ।

ସ୍ଲଟ୍ ବୁକିଂ କରଥିବା ବ୍ୟକ୍ତି ମଲର ପ୍ରବେଶ ଗେଟ୍ ଦେଇ ପାର୍କିଂକୁ ଯିବେ । ଟିକାକରଣ ନହେବା ଯାଏ କେହି ଗାଡ଼ିରୁ ଓହ୍ଲାଇବେ ନାହିଁ । ଟିକାଦେବା ପରେ ପାର୍କିଂ ଏରିଆରେ ୩୦ ମିନିଟ୍ ଅପେକ୍ଷା କରିବା ପରେ ଯାଇ ପାରିବେ । ପ୍ରଥମ ଡୋଜ୍ ଟିକା ଘରୋଇ କିମ୍ବା ସରକାରୀ ଯେ କୌଣସି ସ୍ଥାନରେ ନେଇଥିଲେ ମଧ୍ୟ ଏସପ୍ଲାନେଡରେ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ ।

Leave A Reply

Your email address will not be published.