Latest Odisha News

ଭାଙ୍ଗିଲା ନକ୍ସଲଙ୍କ ସହିଦ ସ୍ମାରକୀ !

ମାଲକାନଗିରି: ବିଜାପୁର ଏନକାଉଣ୍ଟର ପରଠୁ ପୂର୍ବ ଅପେକ୍ଷା ଅଧିକ ସଜାଗ ରହିଛନ୍ତି ଡିଆର୍‌ଜି ଯବାନ । ଜାରି ରହିଛି ଜୋରଦାର କୁମ୍ବିଂ ଅପରେସନ୍ । ସୂଚନା ମିଳିଛି ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ନକ୍ସଲଙ୍କର ଏକ ସହିଦ ସ୍ମାରକୀକୁ ଭାଙ୍ଗିଦେଇଛନ୍ତି ଡିଆର୍‌ଜି ଯବାନ ।

ଯବାନମାନେ ହାନ୍ଦୱାଡା ଗାଁର କୁରସିଙ୍ଗବାହାଲ ଜଙ୍ଗଲରେ କୁମ୍ବିଂ ଅପରେସନ୍ ଚଳାଇଥିଲେ । ସେହି ସମୟରେ ଗାଁ ମୁଣ୍ଡରେ ମହିଳା ମାଓ ନେତ୍ରୀ ସାହିଦାଙ୍କର ଏକ ସ୍ମାରକୀ ଯବାନଙ୍କ ନଜରକୁ ଆସିଥିଲା । ବିଭିନ୍ନ ସମୟରେ ମାଓବାଦୀମାନେ ଏହି ସ୍ମାରକୀ ନିକଟକୁ ଆସି ସଭା ସମିତି ଅନୁଷ୍ଠିତ କରୁଥିବା ଯବାନମାନେ ଗାଁ ଲୋକଙ୍କଠାରୁ ଜାଣିବାକୁ ପାଇଥିଲେ । ଯାହା ପରେ ଯବାନମାନେ ସ୍ମାରକୀଟିକୁ ନଷ୍ଟ କରିଦେଇଥିଲେ । ପୂର୍ବରୁ ମାଲକାନଗିରିରେ ମଧ୍ୟ ନକ୍ସଲଙ୍କର ଏପରି ଅନେକ ସହିଦ ସ୍ମାରକୀକୁ କୁମ୍ବିଂ ଅପରେସନରେ ଯବାନମାନେ ଧ୍ୱଂସ କରିଛନ୍ତି ।

Leave A Reply

Your email address will not be published.