ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ମିଳିବ ନୂଆଖାଇ ଭେଟି । ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣ ପର୍ବ ନୂଆଖାଇରେ ମିଳିବ କାଳିଆ ଟଙ୍କା । କାଳିଆ ଟଙ୍କା ବାବଦକୁ ରାଜ୍ୟ ସରକାର ୮୬୯ କୋଟି ଟଙ୍କା ପ୍ରଦାନ କରିବେ ।
ଏହା ମାଧ୍ୟମରେ ୪୧ ଲକ୍ଷ ଚାଷୀ ଉପକୃତ ହେବେ । ପ୍ରତ୍ୟକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଇବେ ରାଜ୍ୟ ସରକାର । ସମସ୍ତ ଚାଷୀ ମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପ୍ରରଣ କରାଯିବ । ରାଜ୍ୟରେ ଗରିବ ଚାଷୀମାନଙ୍କୁ ଏହି ସହଯୋଗ ମିଳୁଛି ।
ଚଷୀମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୨୦୧୯ ଜାନୁଆରୀରୁ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ପୂର୍ବରୁ ୭ଥର କାଳିଆ ଟଙ୍କା ମିଳିଥିବା ବେଳେ ନୂଆଖାଇରେ ୮ ଥର ଟଙ୍କା ଦେବେ ରାଜ୍ୟ ସରକାର ।
Comments are closed.