Latest Odisha News

BREAKING NEWS

ସରିଲା ଶୁଭ ମହୁରତ, ଆସୁଛି ନୂଆ ଫିଲ୍ମ “ଫେରିଲେ ମୁଁ ତୁମର”

ଭୁବନେଶ୍ୱର: ଓଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ପାଇପ୍ ଲାଇନରେ ରହିଛି । ଏହି ଧାରାରେ ସାମିଲ ହୋଇଛି ବବି ମିଶ୍ରଙ୍କ ପ୍ରଯୋଜିତ ଫିଲ୍ମ ଫେରିଲେ ମୁଁ ତୁମର । ଆଜି ଭୁବନେଶ୍ୱରରେ ଏହି ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି ।

ଶୁଭ ମହୁରତ ଅବସରରେ ଫିଲ୍ମର ଷ୍ଟାରକାଷ୍ଟଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅତିଥିଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମର ନିର୍ଦ୍ଦେଶନା ଭାର ସୁଧାକର ବସନ୍ତ ସମ୍ଭାଳିଥିବାବେଳେ ଜଣେ ନବାଗତାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ଏଥିରେ ଲିଡ୍ ପେୟାର ଭାବେ ସମ୍ବିତ ଆଚାର୍ଯ୍ୟ ଓ ନବାଗତା ତୃପ୍ତିଙ୍କୁ ଦେଖିବାକୁ ମିଳିବ । ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ଖୋଦ ପ୍ରଯୋଜକ ବବି ମିଶ୍ରଙ୍କ ସମେତ ପପି ସାନ୍ତୁକା, ହରି ମହାପାତ୍ର, ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା ଓ ବାପିଙ୍କ ଭଳି ଜଣାଶୁଣା କଳାକାରଙ୍କୁ ଦେଖିବାକୁ ମିଳିବ ।

ରୋମାଣ୍ଟିକ କମେଡି ଥିମ ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ଡାଇଲଗ ଭାର ସମ୍ଭାଳିବେ ରଜନୀ ରଂଜନ । ଅନ୍ୟପଟେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ବିଷ୍ଣୁ ମୋହନ କବିଙ୍କୁ ମିଳିଛି । ପ୍ରଥମ ଥର ପାଇଁ ଅଭିନେତା ବବି ମିଶ୍ର କୌଣସି ଓଡିଆ ଫିଲ୍ମ ପ୍ରସ୍ତୁତ କରୁଥିବାବେଳେ ଦୀପାବଳି ପରେ ଏହାର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.