Latest Odisha News

BREAKING NEWS

ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟର ଓଡିଶା ଏଫସି ମୁଖ୍ୟ କୋଚ ନିଯୁକ୍ତ

ଭୁବନେଶ୍ୱର: ଓଡିଶା ଏଫସି ଦଳର ମୂଖ୍ୟ କୋଚ ଭାବେ ଇଂଲଣ୍ଡର ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟରଙ୍କୁ ନିଯୁକ୍ତ କରିଛି । ୭ମ ହିରୋ ଇଣ୍ଡିଆନ ସୁପର ଲିଗ୍ ପୂର୍ବରୁ ଷ୍ଟୁଆର୍ଟଙ୍କ ସହ ଏହି କ୍ଲବ ୨ ବର୍ଷୀୟା ଚୁକ୍ତି କରିଛି । ସେ ଦକ୍ଷିଣଆଫ୍ରିକା ଓ ଫିନଲାଣ୍ଡର ଜାତୀୟ କୋଚ ଦାୟିତ୍ୱ ମଧ୍ୟ ସଫଳତାର ସହ ତୁଲାଇଛନ୍ତି । ୨୫ ବର୍ଷ ହେବ ସେ ପ୍ରଶିକ୍ଷଣ ଦେଇ ଆସୁଛନ୍ତି । ଇଂଲଣ୍ଡର ୧୯ ବର୍ଷରୁ କମ୍ ଦଳର ମଧ୍ୟ ସେ କୋଚ ଥିଲେ । ଏହା ବ୍ୟତୀତ ସ୍ୱିଡେନ, ନରୱେ, ପର୍ତୁଗାଲ, ଜାପାନ, ଦକ୍ଷିଣ ଆଫ୍ରିକାର କେତେକ ପ୍ରତିଷ୍ଠିତ ପ୍ରଫେଶନାଲ କ୍ଲବରେ ମଧ୍ୟ ପ୍ରଶିକ୍ଷଣ ଦେଇଛନ୍ତି ।

BjdElectrycity

୬୬ ବର୍ଷୀୟ ଷ୍ଟୁଆର୍ଟଙ୍କ କାର୍ଯ୍ୟକାଳ ସମୟରେ କାଇଜର ଚିଫସ ପ୍ରିମିୟର ସକ୍କର ଲିଗ୍ ଟାଇଟଲ ହାସଲ କରିଥିଲା । ଆଇଏସଏଲ ଓ ଓଡିଶା ଏଫସି ସହିତ ଜଡିତ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ଏହି ଲୋକପ୍ରିୟ କୋଚଜଣଙ୍କ କହିଛନ୍ତି । ଷ୍ଟୁଆର୍ଟଙ୍କୁ ଏହି ଅବସରରେ ଓଡିଶା ଏଫସିର ପ୍ରତିଷ୍ଠାତା ତଥା ଜିଏମଏସ ଅନୀଲ ଶର୍ମା ସ୍ୱାଗତ କରିଥିଲେ । ତାଙ୍କ ଉପସ୍ଥିତିରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.