Latest Odisha News

BREAKING NEWS

ଆଇଏସଏଲ: ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାୟିନକୁ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଆଗାମୀ ଆଇଏସଲ ମୁକାବିଲା ପୂର୍ବରୁ ଉଟୋର୍ଡାରେ ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାୟିନ ଏଫସିକୁ ପରାସ୍ତ କରିଛି । ଦଳର ଷ୍ଟାର ଖେଳାଳି ଜାଭି ହର୍ଣ୍ଣାଡେଜ ଓ ଭିକ୍ଟର ମୋଙ୍ଗିଲ ଓଡିଶା ପାଇଁ ୨ଟି ଯାକ ଗୋଲ ସ୍କୋର କରିଥିଲେ । ପ୍ରଥମରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିବା ଚେନ୍ନାୟିନ ଏଫସି ଲୁକାସ ଗିକିୱିକଜଙ୍କ ଗୋଲ ମାଧ୍ୟମରେ ଅଗ୍ରଣୀ ହାସଲ କରିଥିଲା ।

ଏହା ପରେ ଓଡିଶା ଏଫସିର ଜାଭିଙ୍କ ଗୋଲ ଯୋଗୁ ମ୍ୟାଚ ସମାନ ସ୍ଥିତିକୁ ଆସିଥିଲା । ଦ୍ୱିତୀୟାର୍ଦ୍ଧରେ ମୋଙ୍ଗିଲଙ୍କ ଗୋଲ ବଳରେ ଓଡିଶା ବିଜୟ ହାସଲ କରିଥିଲା । ଏହା ପରେ ସାଲଗାଁଓକର ଏଫସି, ଡେମ୍ପୋ ଏସି, ଚର୍ଚ୍ଚିଲ ବ୍ରଦର୍ସ ଓ ଏଫସି ଗୋଆ ବିପକ୍ଷରେ ଓଡିଶା ଅଭ୍ୟାସ ମ୍ୟାଚ ଖେଳିବ ।

Leave A Reply

Your email address will not be published.