Latest Odisha News

ଏଏଫସି ମହିଳା ଚାମ୍ପିୟନ୍ସ ଲିଗ: ଓଡିଶା ଏଫସିର ଶୋଚନୀୟ ପରାଜୟ

ଭୁବନେଶ୍ୱର: ଏଏଫସି ମହିଳା ଚାମ୍ପିୟନ୍ସ ଲିଗ ଫୁଟବଲରେ ରବିବାର ଓଡିଶା ଏଫସି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଗ୍ରୁପ ସିର ଏକ ମ୍ୟାଚରେ ଭିଏତନାମର ଥୋଙ୍ଗ ନାଟ ଷ୍ଟାଡିୟମରେ ଉରୱା ରେଡ ଡାଇମଣ୍ଡ ଲେଡିଜ ୧୭-୦ଗୋଲରେ ଶୋଚନୀୟ ଭାବେ ଓଡିଶା ଟିମକୁ ପରାସ୍ତ କରିଛି । ଜାପାନର ଏହି କ୍ଲବ ପ୍ରଥମାର୍ଦ୍ଧରେ ୮ଟି ଏବଂ ଦ୍ୱିତୀୟାର୍ଦ୍ଧରେ ୯ଟି ଗୋଲ ଦେଇଥିଲେ । ୟୁଜୁହୁ ଶିକୋଶି ହ୍ୟାଟ୍ରିକ ଗୋଲ ଦେଇଥିବା ବେଳେ ମିକି ୪ଟି ଗୋଲ ସ୍କୋର କରିଥିଲେ । ଓଡିଶା ଏଫସି ଏତେ ମାତ୍ରାରେ ଚାପରେ ରହିଥିଲା ଯେ ଅତିରିକ୍ତ ଖେଳାଳି ମାରିୟମ ଇବ୍ରାହିମ ଆତ୍ମଘାତୀ ଗୋଲ କରିଥିଲେ ।

ଗୋଲକିପର ଶ୍ରେୟା ହୁଦା କେତେଗୁଡିଏ ଗୋଲ ବଂଚାଇଥିଲେ ଅନ୍ୟଥା ଗୋଲ ସଂଖ୍ୟା ଆହୁରି ବୃଦ୍ଧି ପାଇଥାନ୍ତା । ବୁଧବାର ଓଡିଶା ଏଫସି ତାର ପରବର୍ତୀ ମ୍ୟାଚରେ ହୋ ଚି ମିନ ସିଟି ଓମ୍ୟାନ ଏଫସିକୁ ଭେଟିବ । ପୂର୍ବ ପ୍ରଦର୍ଶନକୁ ଭୁଲି ଓଡିଶା ଟିମକୁ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିବା ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.