Latest Odisha News

BREAKING NEWS

ସିୟୁସିଇଟିରେ ଅଂଶଗ୍ରହଣ କରିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ ବିଭିନ୍ନ ସ୍ନାତକ, ସ୍ନାତୋକୋତର ଓ ଗବେଷଣା ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏକକ ପ୍ରବେଶିକା ପରୀକ୍ଷା (ସିୟୁସିଇଟି) କନସୋର୍ଟିୟମରେ ଅଂଶଗ୍ରହଣ କରିବ ।

ସିୟୁସିଇଟି ଏକ ଜାତୀୟସ୍ତରର ପ୍ରବେଶିକା ପରୀକ୍ଷା ଯାହା ଯୁଗ୍ମ ଭାବେ ୧୧ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସାରା ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ, ସ୍ନାତୋକୋତର, ଏମ.ଫିଲ ଓ ପିଏଚ.ଡି ପାଠ୍ୟକ୍ରମ ପାଇଁ ଏଥିରେ ଏକକ ପ୍ରବେଶିକା ପରୀକ୍ଷାର ଆୟୋଜନ କରାଯାଏ । ଏଥିପାଇଁ ଥରେ ଆବେଦନ କଲେ ଛାତ୍ରଛାତ୍ରୀଙ୍କୁ ଯେକୌଣସି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖାର ସୁଯୋଗ ମିଳିବ ।

ଛାତ୍ରଛାତ୍ରୀଙ୍କୁ ବ୍ୟାପକ ସୁଯୋଗ ଏବଂ ଅବସର ଯୋଗାଇ ଦେବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚଳିତ ଥର ଏହି କନସୋର୍ଟିଅମରେ ଯୋଗ ଦେଇଛି । ଏହି ମଂଚରେ ଯୋଗ ଦେବା ଫଳରେ ସାରା ଦେଶରୁ ଛାତ୍ରଛାତ୍ରୀ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖା ପାଇଁ ଆବେଦନ କରିପାରିବେ । ଫଳରେ ଏହି ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ ଗୁରୁତ୍ୱ ବଜାୟ ରହିବ । ଏହି ପ୍ରବେଶିକା ପରୀକ୍ଷା ଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୦୨୦ରୁ ସିୟୁସିଇଟି ପାଇଁ ପଞ୍ଜିକରଣ ଆରମ୍ଭ ହେବ ।

ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଦୁଇ ଘଂଟାର ଅବଧି ବିଶିଷ୍ଟ ଏହି ପରୀକ୍ଷା ଅଫଲାଇନରେ ହେବ । ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚଳିତ ଥର ଏହି ପରୀକ୍ଷା ଆୟୋଜନ କରୁଛି ।
ଏଥର ଓଡ଼ିଶା କେନ୍ଦ୍ର ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ଟି ପାଠ୍ୟକ୍ରମ ପାଇଁ ଆବେଦନ ଆହ୍ୱାନ କରାଯିବ । ପ୍ରବେଶିକା ପରୀକ୍ଷା ପାଇଁ ଯୋଗ୍ୟତା ମାନଦଣ୍ଡ ଓ ପାଠ୍ୟକ୍ରମର ସିଟ ସଂଖ୍ୟା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୱେବସାଇଟ https://www.cucetexam.in ।

Leave A Reply

Your email address will not be published.