Latest Odisha News

BREAKING NEWS

ପଣା ସଂକ୍ରାନ୍ତି: ଖୋର୍ଦ୍ଧା ଜିଲ୍ଲାର ୭ ମନ୍ଦିରରେ ୧୪୪ ଧାରା ଜାରି

ଖୋର୍ଦ୍ଧା: ଓଡିଆ ପଞ୍ଜିକାର ପ୍ରଥମ ଦିନ ତଥା ପଣା ସଂକ୍ରାନ୍ତି ଅବସରରେ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ୭ଟି ପ୍ରମୁଖ ମନ୍ଦିରରେ ଧାରା ୧୪୪ ଲାଗୁ କରାଯାଇଛି। ଯାହା ଫଳରେ କୋଭିଡ-୧୯କୁ ନେଇ ସାମାଜିକ ଦୂରତା ବଜାୟ ରହିପାରିବ।

ନିଷେଧାଦେଶ ଜାରି ହୋଇଥିବା ସମ୍ପୃକ୍ତ ସାତୋଟି ମନ୍ଦିର ମଧ୍ୟରେ ରହିଛି- ଗୁରୁଜଙ୍ଗର ଧବଳେଶ୍ୱର ମନ୍ଦିର, ଲୋକେଶ୍ୱରପୁରର ଲୋକେଶ୍ୱରପୁର ମନ୍ଦିର, ସାମନ୍ତରାପୁରର ସ୍ବପ୍ନେଶ୍ୱର ମନ୍ଦିର, ରାଧା ବଲ୍ଲଭ ମଠ, ପାଲଟିଆ ପଡିଆ ନିକଟ ଚନ୍ଦ୍ରଶେଖର ମନ୍ଦିର ଏବଂ ଗଡ ଖୋର୍ଦ୍ଧାର ରାମ ମନ୍ଦିର ଏବଂ କୁମାରବାସ୍ତା।

ଏହାପୂର୍ବରୁ ଜଗତସିଂହପୁର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଶାରଳା ମନ୍ଦିର ଏବଂ ଭଗବତୀ ମନ୍ଦିରରେ ଧାରା ୧୪୪ ଲାଗୁ କରାଯାଇଥିଲା। ସେହିପରି ଗଞ୍ଜାମରେ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସିଦ୍ଧ ମେରୁ ଯାତ୍ରା ଉପରେ ନିଷେଧାଦେଶ ଜାରି କରିଛି।

ତେବେ ଏହି ନିଷେଧାଦେଶ ସୋମବାର ଦିନ ପାଇଁ ବଳବତ୍ତର ରହିବ।

Comments are closed.