Latest Odisha News

BREAKING NEWS

ଜୟପୁରରେ କାର୍ଯ୍ୟକ୍ଷମ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ

ଜୟପୁର: ଜୟପୁର ସହରରେ ସୋମବାର ଦିନ ଏକ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି।

ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଅଞ୍ଚଳରେ ଥିବା ପୁରୁଣା ସବ-ଡିଭିଜନାଲ ହସ୍ପିଟାଲକୁ କରୋନା ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ-୧୯ ହସ୍ପିଟାଲରେ ପରିଣତ କରାଯାଇଛି। ଯେଉଁଥିରେ ୧୫୦ଟି ଶଯ୍ୟା ରହିଛି।

ଏହି ହସ୍ପିଟାଲରେ ତିନୋଟି ଭେଣ୍ଟିଲେଟର, ୨୦ ଆଇସିୟୁ, ଏକ ଅବଜରଭେସନ ୱାର୍ଡ ସହ କୋଭିଡ-୧୯ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ମଧ୍ୟ ରହିଛି।

ଏହାବ୍ୟତୀତ ସହରର ଦୁଇଟି ହୋଟେଲରେ ଡାକ୍ତରଙ୍କ ରହିବା ବ୍ୟବସ୍ଥା କରାଯାଇଥିବାବେଳେ ପାରାମେଡିକ୍ସ ମାନେ ନବନିର୍ମିତ ବିକ୍ରମ ଦେବ ମହାବିଦ୍ୟାଳୟରେ ରହିବେ ବୋଲି ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.