ଆରମ୍ଭ ହୋଇଛି ‘ଲକଡାଉନ୍’ । କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟବ୍ୟାପୀ ଲାଗୁ ହେଇଛି ‘ଲକଡାଉନ୍’ ଫଣ୍ଡା। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରହିବ ଏହି କଟକଣା। ସକାଳୁ ସକାଳୁ ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାରେ ପ୍ରମୁଖ ରାସ୍ତା ବାରିକେଡ ସାଙ୍ଗକୁ ବାଉଁଶ ବାଡ଼ କରା ଯାଇଛି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ମିଳିଛି ଦୋକାନରେ । ଏହି ୬ ଘଣ୍ଟା ଯାଏ ଖୋଲା ରହିଛି ପନିପରିବା, ଗ୍ରୋସରୀ, କ୍ଷୀର, ମାଛ, ମାଂସ, ଅଣ୍ଡା ଦୋକାନ । ମେଡିସିନ୍ ଦୋକାନ ଖୋଲା ରହିଛି । କିନ୍ତୁ, କୌଣସି ଜାଗାରେ ଭିଡ଼ କରିବା ମନା । ଭିଡ଼ ହେଲେ ଦୋକାନ ସିଲ୍ ହେବ । ଅସ୍ଥାୟୀ ଦୋକାନଗୁଡ଼ିକ ମଧ୍ୟରେ ଦୂରତା ରହିଛି । ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିଛନ୍ତି। । ପ୍ରତ୍ୟେକ ଲୋକ ନିଜ ଘରଠାରୁ ୫୦୦ ମିଟର ଦୂରତା ଭିତରେ ଚାଲି ଚାଲି ଯାଇ ସଉଦା ଓ ପନିପରିବା କିଣିଛନ୍ତି।
ଲକଡାଉନରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି । ପୁଲିସ, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ, ଗଣମାଧ୍ୟମ ସମେତ ଜରୁରୀ ସେବା ଯୋଗାଉଥିବା ସମସ୍ତ ବିଭାଗ ଓ ସଂସ୍ଥାର ଲୋକେ ପରିଚୟପତ୍ର ଦେଖାଇ ଯାତାୟତ କରୁଛନ୍ତି।
କେବଳ ଜରୁରୀ ସେବାରେ ନିୟୋଜିତ ସଂସ୍ଥାର କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାଇପାରିବେ । ବିମାନବନ୍ଦର ଓ ରେଳ ଷ୍ଟେସନକୁ ଯିବା ପାଇଁ ଆବଶ୍ୟକ ପ୍ରମାଣ ଦେଖାଇ ଯାଇ ପାରିବେ। ସେପେଟେ କମିଶନରଟେ ଲକ ଡାଉନ ପାଇଁ ଭୁବନେଶ୍ବର ସୁରକ୍ଷା ବ୍ୟବସ୍ଥା କଡାକଡି । ମୁତୟନ ହେବେ ୨୦ପ୍ଲାଟୁନ ଫୋର୍ସ । ନଜର ରଖିବେ ୨୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ । ଦେଢ଼ସହ ରୁ ଅଧିକ ଟ୍ରାଫିକ ପୋଲିସର କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ସହର ପ୍ରମୁଖ ୫୩ ଚେକ ପୋଷ୍ଟ କରାଯାଇଛି। ମେଡ଼ିକାଲ ଯାଉଥିବା କହି ପ୍ରେସକ୍ରିପ୍ସନ ଦେଖାଇ ଯାଂଚ ବେଳେ ଯଦି ପାଖରୁ ପରିବା ବ୍ୟାଗ ବାହାରେ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡିସିପି କହିଛନ୍ତି।
BREAKING NEWS
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
- Union Budget 2026: ଟିକସ ସ୍ଲାବରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କଣ ରହିଛି…
- ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା
Comments are closed.