ଗଞ୍ଜାମ: ମାସ୍କ ନଥିଲେ ଗ୍ରୋସରୀ ନାହିଁ । ମାସ୍କ ନଥିଲେ ମିଳିବନି ପନିପରିବା । ଖାଲି ସେତିକି ନୁହେଁ ଏଣିକି ମାସ୍କ ପିନ୍ଧିନଥିଲେ ଦୋକାନୀ ଔଷଧ ବି ଦେବେନି । ଗଞ୍ଜାମ ଜିଲ୍ଲାପାଳ ଆଜି ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ରାଜ୍ୟରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଆରା ନିଷ୍ପତି ନେଇଛନ୍ତି । ଯେକୌଣସି ବି ଗ୍ରାହକ ଯଦି ଆଜିଠାରୁ ମାସ୍କ ପିନ୍ଧିବେନି ତେବେ ସେମାନଙ୍କୁ ଗ୍ରୋସରୀ, ପନିପରିବା ଏବଂ ଜରୁରୀ ଔଷଧ ବି ମିଳିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଦୋକାନୀ ନିଜ ନିଜ ଦୋକାନ ବାହାରେ ଏନେଇ ନୋଟିସ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଦୋକାନୀ ନୋଟିସ ଲଗାଇବେନି ଏବଂ ବିନା ମାସ୍କରେ ଲୋକଙ୍କୁ ସାମଗ୍ରୀ ଦେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
BREAKING NEWS
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
- ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍
- Maternity Leave Adoptive Mothers: ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
- ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ
- ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
- ବିଦେଶିନୀଙ୍କୁ ପାଗଳ କରିଦେଲା ଓଡିଆ ପୁଅର ପ୍ରେମ
Comments are closed.