Latest Odisha News

BREAKING NEWS

କରୋନା ସହିତ ଲଢେଇ: ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ପୋଲିସଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଏବେ ସାରା ଦେଶ ସମେତ ଓଡ଼ିଶାରେ ଚାଲିଛି ଲକ୍ ଡାଉନ୍ । ଏହି ଲକ୍ ଡାଉନ୍ ସମୟରେ ଓଡ଼ିଶା ପୋଲିସର ହଜାର ହଜାର ପୋଲିସ କର୍ମଚାରୀ ରାତି ଦିନ ଅଖିଆ ଅପିଆ ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି । ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଲାଗି ପୋଲିସ ବିଭାଗ ପକ୍ଷରୁ ଆପ୍ରାଣ ଉଦ୍ୟମ ଅବ୍ୟାହତ ରହିଛି । ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଉଭୟ ପୁରୁଷ ଓ ମହିଳା ପୋଲିସ କର୍ମଚାରୀଙ୍କୁ ଭୁବନେଶ୍ୱରରେ ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି ।

ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ୫୦୦ ଖାଦ୍ୟ ପୁଡ଼ିଆ କଳିଙ୍ଗ ହସ୍ପିଟାଲ୍ ଛକ, ନନ୍ଦନକାନନ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଏବଂ ବାଣୀବିହାର ଅଞ୍ଚଳରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀମାନଙ୍କୁ ବଣ୍ଟନ କରାଯାଇଛି । ଏହି ବଣ୍ଟନ ପ୍ରକ୍ରିୟା ଆଗାମୀ ଏକ ସପ୍ତାହ ଧରି ଚାଲିବ ବୋଲି ଜଣାପଡ଼ିଛି ।

ଅହର୍ନିଶି ସେବା କାର୍ଯ୍ୟ କରୁଥିବା ପୋଲିସ ବଳକୁ ପ୍ରଶଂସା କରିବା ସହିତ ସାଇ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁ କହିଛନ୍ତି, “କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଏବେ ଆମେମାନେ ଘର ଭିତରେ ଆରାମରେ ରହିଥିବା ବେଳେ ଜୀବନକୁ ଭ୍ରୁକ୍ଷେପ ନକରି ହଜାର ହଜାର ପୁରୁଷ ଓ ମହିଳା ପୋଲିସ କର୍ମଚାରୀମାନେ ଆମ ଜୀବନକୁ ସୁରକ୍ଷିତ ରଖିବା ଲାଗି ରାସ୍ତା କଡ଼ରେ ମହାନ କର୍ତ୍ତବ୍ୟ କରିଚାଲିଛନ୍ତି । ଆମର ପୋଲିସ ବଳଙ୍କୁ ମୋର ଆନ୍ତରିକ ଧନ୍ୟବାଦ ।”

Leave A Reply

Your email address will not be published.