Latest Odisha News

BREAKING NEWS

ଏହି ନିଃସ୍ୱାର୍ଥପର ପରିବାର ତିଆରି କରୁଛନ୍ତି ନିଃଶୁଳ୍କ ମାସ୍କ !

ବାରିପଦା: ଲକ୍‌-ଡାଉନ୍ ପାଇଁ ବନ୍ଦ ରହିଛି ଦୋକାନ କବାଟ । ହେଲେ ବି କରୋନାକୁ ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି ବାରିପଦା ତକତପୁରର ରାଜେନ୍ଦ୍ରଙ୍କ ପରିବାର ।

କରୋନା ବିରୋଧୀ ଯୋଦ୍ଧାଙ୍କ ପାଇଁ ନିଃଶୁଳ୍କ ମାସ୍କ ନିର୍ମାଣ କରୁଛନ୍ତି ରାଜେନ୍ଦ୍ରଙ୍କ ପରିବାର । ଟେଲରିଂ ଦୋକାନ ସହାୟତାରେ ଏ ପର୍ଯ୍ୟନ୍ତ ୨ ହଜାର ମାସ୍କ ନିର୍ମାଣ କରିଛନ୍ତି । ଆଗକୁ ଆଉ ୧୦ ହଜାର ମାସ୍କ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ।

ମାସ୍କ ନିର୍ମାଣ ପାଇଁ ଅର୍ଥ ବାଧକ ସାଜିବାରୁ ଭୁବନେଶ୍ୱରର SGK ଫାଉଣ୍ଡେସନ ତାଙ୍କୁ ଆର୍ଥିକ ସହାୟତା ଯାଗାଇଛି କରିଛି ।

ପରିବାରର ସମସ୍ତ ସଦସ୍ୟ ଦିନକୁ ୮ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ମାସ୍କ ନିର୍ମାଣ କରୁଛନ୍ତି । ରାଜେନ୍ଦ୍ର ମାପ ଅନୁଯାୟୀ କପଡା କାଟିବା ପରେ ସ୍ତ୍ରୀ ସଂଜନା ଓ ସହଯୋଗୀ ତନୁସ୍ମୀତା ସିଲେଇ କରିଥାନ୍ତି ।

ସିଲେଇ ସରିବା ପରେ ରାଜେନ୍ଦ୍ର ଓ ତାଙ୍କ ବାପା ନରୋତ୍ତମ ମାସ୍କ ଗୁଡିକ ପ୍ୟାକିଂ କରି ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ବାରିପଦାକୁ ପଠାଇଥାନ୍ତି । ସେଠାରେ SGK ଫାଉଣ୍ଡେସନ ଏହାକୁ ସ୍ୱାସ୍ଥ୍ୟକର୍ମୀ ଓ ପୋଲିସଙ୍କ ମଧ୍ୟରେ ବଣ୍ଟନ କରିଥାଏ ।

ରାଜ୍ୟର ଏଭଳି ଘଡିସନ୍ଧି ସମୟରେ ବିନା ପାରିଶ୍ରମିକରେ ରାଜେନ୍ଦ୍ରଙ୍କ ପରିବାରର ଏହି ମହତ ଯୋଗଦାନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.