Latest Odisha News

BREAKING NEWS

ସାରା ବିଶ୍ୱ ଦେଖିଲା ଭାରତର ପ୍ରଚଣ୍ଡ ଶକ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଚୁରୁ (ରାଜସ୍ଥାନ): ରାଜସ୍ଥାନର ଚୁରୁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିବା ଏକ ସମୁଚିତ ପଦକ୍ଷେପ । ସମଗ୍ର ବିଶ୍ୱବାସୀ ଦେଖିଲେ ଭାରତ ପ୍ରଚଣ୍ଡ ଶକ୍ତି ବୋଲି କହିଛନ୍ତି ମୋଦୀ ।

ଜନସଭାକୁ ସମ୍ବୋଧିତ କରିବା ଅବସରରେ ମୋଦୀ ପାକିସ୍ତାନର ନାମ ନନେଇ କହିଛନ୍ତି, ଆପଣମାନେ ଆଜି ବେଶ୍ ଖୁସି ଅନୁଭବ କରୁଥିବେ । ମୁଁ ଆପଣମାନଙ୍କ ଜୋସ୍ ଦେଖି ବୁଝିପାରୁଛି । “ଆଜ୍ ଆପକା ମିଜାଜ୍ କୁଛ୍ ଔର୍ ଲଗ୍ ରହା ହୈ, ଆପକା ୟେ ଜୋସ୍ ମେ ବଲି ଭାନ୍ତି ସମଝ୍ ରହା ହୁଁ,” ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

“ଆଜି ସମଗ୍ର ବିଶ୍ୱ ଭାରତ ଶକ୍ତିକୁ ହିଁ ନିରୀକ୍ଷଣ କରିଥିବା ଆପଣମାନେ ଲକ୍ଷ୍ୟ କରିଥିବେ,” ବୋଲି କହିଛନ୍ତି ମୋଦୀ ।

“ରାଜସ୍ଥାନର ଚୁରୁ ର ମାଟିରୁ ମୁଁ ଆପଣମାନଙ୍କୁ ଦେଶବାସୀଙ୍କୁ ଆଶ୍ୱାସନା ଦେଉଛି ଯେ, ଆପଣମାନେ ନିର୍ଭୟରେ ଅଛନ୍ତି, ଦେଶମାତୃକାଠାରୁ କୌଣସି ଜିନିଷ ବଡ଼ ନୁହେଁ,” ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ପୂର୍ବରୁ ଏକ ପ୍ରେସମିଟରେ କହିଛନ୍ତି, ଭାରତୀୟ ବାୟୁସେନା ପକ୍ଷରୁ ଆକାଶ ମାର୍ଗରୁ ବୋମା ବିସ୍ଫୋରଣ କରି ପାକିସ୍ତାନର ଖାଇବର ପାକତୁନଖ୍ୱା ଅଞ୍ଚଳ ନିକଟସ୍ଥ ବାଲାକୋଟରେ ଥିବା ଜୈସ-ଇ-ମହମ୍ମଦ ଆତଙ୍କବାଦୀ କ୍ୟାମ୍ପକୁ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ କରିଦିଆଯାଇଛି ।

ଏହି ବିରାଟ ଆତଙ୍କବାଦୀ କ୍ୟାମ୍ପଟି ପାହାଡ଼ର ସୁଉଚ୍ଚ ସ୍ଥାନରେ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ସ୍ଥାନରେ ଥିଲା । ଏହି ଆତଙ୍କୀ କ୍ୟାମ୍ପଟି ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରର ଶାଳକ ଚଳାଉଥିବା ସୂଚନା ମିଳିଛି । ଭାରତୀୟ ବାୟୁସେନାର ମିରେଜ-୨୦୦୦ ଯୁଦ୍ଧ ବିମାନ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ବୈଦେଶିକ ସଚିବ ସ୍ପଷ୍ଟ କରିଥିଲେ ।

Leave A Reply

Your email address will not be published.