Latest Odisha News

ବିଧାନସଭାରେ ୧୯,୮୩୩ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ବର : ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ । ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରି ୧୯,୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସ୍ବାସ୍ଥ୍ୟ ପାଇଁ ୨୩୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ସେହିପରି ପଞ୍ଚାୟତି ରାଜ ବିଭାଗ ପାଇଁ ସର୍ବାଧିକ ୩୬୨୪ କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ବିପର୍ଯ୍ୟୟ ପରିଚାଳନା ପାଇଁ ୧୬୨୩ କୋଟିର ବ୍ୟୟବରାଦ କରାଯାଇଛି । ଶକ୍ତି ବିଭାଗ ପାଇଁ ୨୧୪୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ପ୍ରଶାସନିକ ବ୍ୟୟ ବାବଦକୁ ଅତିରିକ୍ତ ୪୫୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ରାସ୍ତା ଓ ସେତୁର ମରାମତି ଓ ରକ୍ଷାଣବେକ୍ଷଣ ପାଇଁ ୨୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାସହ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ୮.୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ଅତିରିକ୍ତ ୧୬୮୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କାରଣ ରାଜ୍ୟ ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଏହି ଅତିରିକ୍ତ ବଜେଟର ଆବଶ୍ୟକତା ରହିଛି ।

ସେହିଭଳି କୃଷି, ଜଳସେଚନ ଓ ଗରିବ ଲୋକଙ୍କ ନିରପତ୍ତା ଦୃଷ୍ଟିରୁ ମୋଟ ୨୧୪୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କାଳିଆ ପାଇଁ ଅତିରିକ୍ତ ୨୭.୮୫ କୋଟି, କରୋନା ସହାୟତା ଓ ବିପିଏଲ ପରିବାରକୁ ଚାଉଳ ଯୋଗାଣ ନିମନ୍ତେ ୧୧୦୫ କୋଟି, କୃଷକ ମାନଙ୍କୁ ଋଣରେ ରିହାତି ପାଇଁ ୨୮୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯାଇଛି ।  ସାମାଜିକ ନିରାପତ୍ତା ପାଇଁ ୫୮୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ବଜେଟରେ ସ୍ୱାସ୍ଥ୍ୟ ବିଭାଗକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଯେଉଁଥିପାଇଁ ମୋଟ ୨୦୩୮ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି । ଯେଉଁଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୪୯୮ କୋଟି, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏବେ ଓମିକ୍ରନ ଭାରିଆଣ୍ଟ ବ୍ୟାପୁଥିବା ବେଳେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ମହିଳା ଓ ଶିଶୁ ମାନଙ୍କର ସଶକ୍ତିକରଣ ପାଇଁ ୨୫୩ କୋଟି ଟଙ୍କାର ଅତିରିକ୍ତ ବଜେଟ ବ୍ୟୟବରାଦ କରାଯାଇଛି ।

ଏହାବାଦ୍ ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ ପାଇଁ ମୋଟ ୧୩୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଖାସକରି ମୋ ସ୍କୁଲ ଅଭିଯାନ ପାଇଁ ୮୮୭ କୋଟି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଅତିରିକ୍ତ ୬୪.୫୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ପାଇଁ ୩୯୧୧.୮୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଶକ୍ତି, ସୂଚନା ଓ ପ୍ରଯୁକ୍ତି, ଅନୁସନ୍ଧାନ ଓ ବିକାଶ  କ୍ଷେତ୍ର ଗୁଡିକ ପାଇଁ ମୋଟ ୨୫୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ୧୧୪.୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

 

Leave A Reply

Your email address will not be published.