Latest Odisha News

BREAKING NEWS

ବେସାମରିକ ପ୍ରତିରକ୍ଷା ତାଲିମ୍ ଅନୁଷ୍ଠାନର ନୂତନ କୋଠା ଉଦଘାଟିତ

ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ଓଡ଼ିଶା ଅଗ୍ନିଶମ ସେବା ବିପତ୍ତି ନିସ୍ତାର ପ୍ରତିଷ୍ଠାନ ପରିସରରେ ଥିବା ବେସାମରିକ ପ୍ରତିରକ୍ଷା ତାଲିମ୍ ଅନୁଷ୍ଠାନର ନୂତନ କୋଠା ଉଦଘାଟିତ ହୋଇଯାଇଛି । ଓଡ଼ିଶା ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ସତ୍ୟଜିତ୍ ମହାନ୍ତି ଏହି କୋଠାକୁ ଉଦଘାଟନ କରିଛନ୍ତି । ବେସାମରିକ ପ୍ରତିରକ୍ଷା ତାଲିମ୍ ଅନୁଷ୍ଠାନ କୋଠା ୧ କୋଟି ୯୨ ଲକ୍ଷ ଟଙ୍କା ବ୍ୟରେ ନିର୍ମିତ ହୋଇଛି । ଉକ୍ତ ଅନୁଷ୍ଠାନ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କୁ ତାଲିମ୍ ଦେବା ସହ ବିଭିନ୍ନ ତାଲିମ୍ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବ ।

ଯେ କୌଣସି ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇବ । ବର୍ତ୍ତମାନ ରାଜ୍ୟର ଖୋର୍ଦ୍ଧା, କୋରାପୁଟ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଥିବା ବେସାମରିକ ପ୍ରତିରକ୍ଷା କେନ୍ଦ୍ରରେ ମୋଟ ୧୧ ହଜାର ୫୨୭ ଜଣ ତାଲିମ୍ ପ୍ରାପ୍ତ ସ୍ୱେଚ୍ଛାସେବୀ ଭାବେ ପଞ୍ଜିକୃତ ହୋଇ ନିରନ୍ତର ଭାବେ ସେବା ଯୋଗାଇ ଆସୁଛନ୍ତି । ଉକ୍ତ ତାଲିମ୍ କେନ୍ଦ୍ରଟି ଭବିଷ୍ୟତରେ ଅଧିକ ତାଲିମ୍ ପ୍ରାପ୍ତ ସ୍ୱେଚ୍ଛାସେବୀ ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସେବା ଯୋଗାଇବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Comments are closed.