Latest Odisha News

BREAKING NEWS

ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ପ୍ରସ୍ତୁତ; ଛୁଟି ବାତିଲ୍

ଭୁବନେଶ୍ୱର: ବର୍ତ୍ତମାନର ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ଆଉ ପରେ ଅବପାତ ରେ ପରିଣତ ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗକେନ୍ଦ୍ର ଆକଳନ କରିଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ଜାଗ୍ରତ ପ୍ରହରୀ ଅଗ୍ନିଶମ ବିଭାଗ ପୁରା ପ୍ରସ୍ତୁତ ଅଛି। ସରକାର ସବୁ ଦିଗରୁ ପ୍ରସ୍ତୁତି କରୁଥିବାବେଳେ ହେଡକ୍ବାର୍ଟରରେ ଆଲର୍ଟ ରହିବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନିର୍ଦ୍ଦେଶ ଯାଇଛି ବାତ୍ୟା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ଛୁଟି ନେବାକୁ ନିର୍ଦ୍ଦେଶଦିଆଯାଇଛି ନେଇ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି

ବାତ୍ୟା ସମୟରେ ମୁକାବିଲା କରିବା ଲାଗି ଅଗ୍ନିଶମ ଟିମର ଭୂମିକା ଗୁରୁତ୍ବପୁର୍ଣ୍ଣ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅଗ୍ନିଶମ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟଲାଗି କୌଣସି ସ୍ଥାନକୁ ଯିବାକୁ ପଡ଼ିପାରେ ନେଇ ହେଡକ୍ବାର୍ଟର ସହ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ରହିଛି ଯାହାଦ୍ବାରା ବାତ୍ୟା ଆସିଲେ ମୁକାବିଲାକରିବା ସହଜ ହୋଇପାରିବ ୧୭ ଟି ଏନଡିଆରଏଫ୍ ଟିମ, ୨୦ଟି ଓଡ୍ରାଫ, ୧୭୫ଟି ଫାୟାର ସର୍ଭିସ ଟିମ ପ୍ରସ୍ତୁତ ହୋଇଛନ୍ତି ଯଦି ଆବଶ୍ୟକ ପଡେତେବେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବ ବୋଲି ଅଗ୍ନିଶମ ମୁଖ୍ୟାଳୟ ସୂଚନା ଦେଇଛି।

ପୂର୍ବାହ୍ନରେ ୧୮ ଜିଲ୍ଲାପାଳଙ୍କ ସହିତ ଏସଆରସି ଆଲୋଚନା କରିଛନ୍ତି ପ୍ରାଥମିକ ଭାବେ ପ୍ରସ୍ତୁତ ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା ଲାଗି କୁହାଯାଇଛି ଅବଶ୍ୟକ ପଡିଲେ ତଳିଆ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର ସକାଶେ ବାତ୍ୟା ଆଶ୍ରୟସ୍ଥଳପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ଜିଲ୍ଲା ପ୍ରଶାସନ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ପ୍ରସ୍ତୁତ କରିବାକୁ କୁହାଯାଇଛି

Leave A Reply

Your email address will not be published.