ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ରାଜ୍ୟରେ ଦୀପାବଳି ଉତ୍ସବ ପାଳନର ଅବ୍ୟବହିତ ପୂର୍ବରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ଶନିବାର ଦିନ ସୂଚନା ପଦାନ କରିଛନ୍ତି ।
ରାଜ୍ୟର କଟକ, ଭୁବନେଶ୍ୱର ଏବଂ ଅନ୍ୟ ସହରମାନଙ୍କରେ ପ୍ରାୟ ରବିବାର ଦିନ ଦୀପାବଳି ଉତ୍ସବ ଲାଗି ୫,୦୦୦ ଅଗ୍ନିଶମ କର୍ମଚାରୀଙ୍କ ସମେତ ୩୫୦ ଜଣ ଅଧିକାରୀଙ୍କୁ ମୂତୟନ କରାଯାଇଛି ।
“ଆମେ ୯୦୦ଟି ଦମକଳକୁ ୩୩୭ଟି ଦମକଳ କେନ୍ଦ୍ରରେ ପ୍ରସ୍ତୁତ କରି ରଖିଛୁ । ଏହାବ୍ୟତୀତ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଭୁବନେଶ୍ୱର ଏବଂ କଟକଠାରେ ୫ଟି ଅସ୍ଥାୟୀ ଦମକଳ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ତାହାଛଡ଼ା, ବାଲେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରଠାରେ ଏଥିଲାଗି ମଧ୍ୟ କେତେକ ଅସ୍ଥାୟୀ ଦମକଳ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି,” ବୋଲି ଶ୍ରୀ ସେଠୀ କହିଛନ୍ତି ।
ସେ ଆହୁରିମଧ୍ୟ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏହିସବୁ ସହର ଗୁଡ଼ିକରେ ମଧ୍ୟ ‘ଫାୟାର୍ ଫାଇଟିଂ ବାଇକ୍’ ର ବ୍ୟବସ୍ଥା କରାଯାଇଛି, ଖବର ପାଇବା ମାତ୍ରେ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇ ତଦାରଖ କରିପାରିବେ ।
Comments are closed.