Latest Odisha News

BREAKING NEWS

ଧରାପଡିଲା ବିରଳ ପ୍ରଜାତିର ମାଛ, ଦାମ୍ ଜାଣିଲେ ଉଡିଯିବ ହୋସ୍

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଗଭୀର ସମୁଦ୍ର ମଧ୍ୟରୁ ଜଣେ ଶୁକ୍ରବାର ଦିନ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି । ଏହି ମାଛଟିର ଦାମ୍ ପ୍ରାୟ ୨ ଲକ୍ଷ ଟଙ୍କା ହେବାନେଇ ଜଣାପଡିଛି ।

ଏହି ମାଛଟି ଲମ୍ବାଳିଆ ହୋଇଥିବା ବେଳେ ଏହାର ମୁହଁ ଥଣ୍ଟ ଆକୃତିର ହୋଇଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଲୋକମାନେ ଉକ୍ତ ମାଛଟିକୁ ‘ମୟୂର ପୁଚ୍ଛ’ ବୋଲି କହୁଛନ୍ତି।

ଏହି ଦୁର୍ଲଭ ପ୍ରଜାତି ମାଛଟିର ଓଜନ ପାଖାପାଖି ୨୦ କିଗ୍ରା.ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏହାର କିଲୋପ୍ରତି ମୂଲ୍ୟ ୧୦ ହଜାର ଟଙ୍କା ହେବା ନେଇ ସୁତ୍ରରୁ ପ୍ରକାଶ ।

ପରେ ମାଛଟିକୁ ଦିଘାରେ ନିଲାମ କରାଯାଇଥିବା ନେଇ ସୂଚନା ମିଳିଛି ।

ତେବେ ଏହି ମାଛଟିକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଜମୁଥିବା ନେଇ ଖବର ମିଳିଛି ।

Leave A Reply

Your email address will not be published.