Latest Odisha News

BREAKING NEWS

ମହାନଦୀକୁ ଡେଇଁଲେ ମହିଳା, ଉଦ୍ଧାର କଲେ ମତ୍ସ୍ୟଜୀବୀ

କଟକ: ପୁଣି ମହାନଦୀକୁ ଡେଇଁଲେ ଜଣେ ମହିଳା । ତାଙ୍କୁ ଉଦ୍ଧାର କରିଛନ୍ତି ମତ୍ସ୍ୟଜୀବୀ । ଏହି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାରେ । ବାଙ୍କି ନିକଟ ସୁବର୍ଣ୍ଣପୁର-ଜାତମୁଣ୍ଡିଆ ବ୍ରିଜ ଉପରୁ ନଦୀ ଗର୍ଭକୁ ଜଣେ ଯୁବତୀ ଡେଇଁଥିଲେ ।

BjdElectrycity

ଖବର ପାଇ ପୋଲିସ ଡମପଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିବା ପୂର୍ବରୁ ମତ୍ସ୍ୟଜୀବୀମାନେ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ମହିଳାଙ୍କ ପରିଚୟ ମିଳିଛି । ତାଙ୍କ ଘର ଅନୁଗୋଳ ଜିଲ୍ଲାରେ ବୋଲି ଜଣା ପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମହିଳା ଏକ ବସରୁ ଜାତମୁଣ୍ଡିଆ ନିକଟରେ ଓହ୍ଲାଇଥିଲେ । ପରେ ବ୍ରିଜ ଉପରୁ ନଦୀ ଭିତରକୁ ଡେଇଁ ପଡିଥିଲେ । ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.