Latest Odisha News

BREAKING NEWS

ମଧୁମେହ ରୋଗୀଙ୍କ ପାଇଁ କିଛି ଉପକାରୀ ଫଳ!

ଭୁବନେଶ୍ୱର: ଡାଇବେଟିସ୍ ତଥା ମଧୁମେହ ରୋଗରୁ ସୁସ୍ଥ ରହିବାର ମୂଳ ମନ୍ତ୍ର ହେଉଛି ସନ୍ତୁଳିତ ଆହାର । କେବଳ ସନ୍ତୁଳିତ ଆହାର ଦ୍ୱାରା ଶରୀରରେ ସୁଗାରର ସ୍ତରକୁ ନିୟନ୍ତ୍ରିତ କରାଯାଇପାରେ । ଏକ୍ସପର୍ଟଙ୍କ ମତରେ ମଧୁମେହ ରୋଗୀମାନେ ମଧ୍ୟ ଫଳ ଖାଇପାରିବେ ।

ଜାଣନ୍ତୁ ମଧୁମେହ ରୋଗୀଙ୍କ ପାଇଁ କିଛି ଉପକାରୀ ଫଳ ସମ୍ପର୍କରେ…

ଡାଳିମ୍ବ- ଡାଳିମ୍ବ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଏକ ଉପକାରୀ ଫଳ ସଦୃଶ୍ୟ । ଏହା ସେବନ ଦ୍ୱାରା ଶରୀରରେ ବ୍ଲଡ ସୁଗାରର ସ୍ତରକୁ ମଧ୍ୟ କମ୍ କରିବାରେ ସହାୟକ ହୋଇଥାଏ ।

ପିଜୁଳି- ପିଜୁଳି ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ ହୋଇଥାଏ । ଏଥିରେ ଭିଟାମିନ୍ ଏ ଓ ସି ରହିଥାଏ । ଆଉ ଏଥିରେ ସର୍କରାର ସ୍ତର ମଧ୍ୟ କମ୍ ରହିଥାଏ ।

ଅଙ୍ଗୁର – ମଧୁମେହ ରୋଗୀଙ୍କ ପାଇଁ ଆଉ ଏକ ଉପକାରୀ ଫଳ ହେଉଛି ଅଙ୍ଗୁର। ଅଙ୍ଗୁର ଶରୀରରେ ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରିତ କରିଥାଏ । ଆହୁରି ମଧ୍ୟ ଶରୀରରେ ମେଟାବୋଲିକ୍ ସିଣ୍ଡ୍ରେମକୁ କ୍ଷତି ହେବାରୁ ରକ୍ଷା କରିଥାଏ ।

ବେରୀ- ବେରୀରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଏହାଛଡା ମଧୁମେହ ରୋଗୀଙ୍କ ପାଇଁ ଷ୍ଟ୍ରବେରୀ, ବ୍ଲୁବେରୀ, ରସବେରୀ, ବ୍ଲେକବେରୀ ଆଦି ଫଳ ମଧ୍ୟ ଖୁବ୍ ଉପକାରୀ ହୋଇଥାଏ।

Leave A Reply

Your email address will not be published.