Latest Odisha News

BREAKING NEWS

ଗଞ୍ଜାମରେ ଶହେ ତଳକୁ ଖସିଲା ପଜିଟିଭ୍ କେସ, ୯୩% ସୁସ୍ଥ

ଭୁବନେଶ୍ୱର: ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁଛି କରୋନା । ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ କରୋନାର ରେଡହଟ୍ ଥିବା ଗଞ୍ଜାମ ଜିଲ୍ଲାରେ ଦୁଇ ମାସ ପରେ ଶହେ ତଳକୁ ଖସିଲି ପଜିଟିଭ୍ କେସ୍ ।

ଗତ ୨୪ ଘଣ୍ଟାରେ ଗଞ୍ଜାମରୁ ୯୭ ଜଣ ନୂଆ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୪୪୨କୁ ବୃଦ୍ଧି ପାଇଛି ।

ଦୁଇ ମାସ ପରେ ଜିଲ୍ଲାରେ ଶହେ ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ଜୁଲାଇ ୧ ତାରିଖରେ ଶେଷ ଥର ଗୋଟିଏ ଦିନରେ ଶହେରୁ କମ୍ ପଜିଟିଭ୍ କେସ ସାମନାକୁ ଆସିଥିଲା । ସେଦିନ ଜିଲ୍ଲାରୁ ବାହାରିଥିଲେ ୯୫ ଜଣ ନୂଆ ଆକ୍ରାନ୍ତ । ତାପରଠୁ କେବେ ଚାରି ଶହ ତ ଆଉ କେବେ ପାଞ୍ଚ ଶହ । ଗୋଟିଏ ଦିନରେ ସର୍ବାଧିକ ୭୩୨ ଜଣ ସଂକ୍ରମିତ ହୋଇଥିଲେ ।

ଗଞ୍ଜାମ ଜିଲ୍ଲାରେ ୯୩ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । ଆରୋଗ୍ୟ ଲାଭ କଲେଣି ୧୭ ହଜାର ୧୬୨ ସଂକ୍ରମିତ । ଜିଲ୍ଲାରେ ଆକ୍ଟିଭ୍ କେସ ରହିଛି ୧ ହଜାର ୭୩ଟି ।

Leave A Reply

Your email address will not be published.