ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ କୋରାପୁଟ ସେମିଳିଗୁଡ଼ା ବନ ବିଭାଗ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଭୁବନେଶ୍ୱରରେ ଦୁଇଟି ତିନି ମହଲା କୋଠା ଏବଂ ପ୍ଲଟ୍ ସମେତ ବିପୁଳ ସମ୍ପତ୍ତି ଠାବ ମଧ୍ୟ ହୋଇଛି।
ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ସହିତ ଜଡିତ ସମ୍ପତ୍ତିରେ ଏକକାଳୀନ ଚଢାଉ କରିଥିଲେ। ଶନିବାର ଭିଜିଲାନ୍ସ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ନିରଞ୍ଜନ ଶତପଥୀଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ।
ତେବେ ତାଙ୍କ ପାଖରେ ଭୁବନେଶ୍ୱରରେ ଦୁଇଟି ବହୁମହଲା କୋଠା ଏବଂ କୋରାପୁଟରେ ଗୋଟିଏ କୋଠା, ୬ଟି ଦାମୀ ପ୍ଲଟ୍, ପ୍ରାୟ ୧ କିଲୋ ସୁନା, ୬୬.୪୨ ଲକ୍ଷ ଟଙ୍କା ଜମା, ୯.୨୮ ଲକ୍ଷ ନଗଦ ଏବଂ ଏକ ଚାରି ଚକିଆ ଯାନ ରହିଛି। ଯାହାର ସନ୍ତୋଷଜନକ ହିସାବ ସେ ଦେଇପାରିନଥିଲେ।
ଏହା ପରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
Comments are closed.