Latest Odisha News

BREAKING NEWS

ଶେଷରେ ଜେଲରୁ ମୁକୁଳିଲେ ମାନ୍ୟବର…

କଟକ: ଆତ୍ମଘୋଷିତ ଧର୍ମଗୁରୁ ବାବା ସାରଥୀ ପ୍ରାୟ ୪ ବର୍ଷ ପରେ ଗୁରୁବାର ଦିନ ଚୌଦ୍ୱାର କେନ୍ଦ୍ରୀୟ ଜେଲରୁ ମୁକୁଳିଛନ୍ତି ।

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ, ଜୁଲାଇ ୨୨ ତାରିଖରେ ବାବା ସାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା । ଏହି ସର୍ତ୍ତମୂଳକ ବେଲ ଅନୁଯାୟୀ, କେନ୍ଦ୍ରାପଡ଼ା ଏସଡ଼ିଜିଏମ କୋର୍ଟରେ ୨ ଲକ୍ଷ ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ।

ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ବାବା ସାରଥୀଙ୍କୁ ଅଗଷ୍ଟ ୮ ୨୦୧୫ରେ ତାଙ୍କର ବାରିମୂଳ ଆଶ୍ରମରୁ ଗିରଫ କରିଥିଲା । ବାବାଙ୍କ ନାମରେ ସେତେବେଳେ ଯୌନ ନିର‌୍ୟ୍ୟାତନା ଏବଂ ଠକେଇ ଅଭିଯୋଗ ହୋଇଥିଲା । ବାବାଙ୍କ ଆଶ୍ରମରେ ରହିଥିବା ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଯୌନ ନିର‌୍ୟ୍ୟାତନା ଦେବା ପରି ସଙ୍ଗୀନ ଅଭିଯୋଗ କରିଥିଲେ ।ସେ କଟକର ଚୌଦ୍ୱାର କେନ୍ଦ୍ରୀୟ ଜେଲରେ ଦୀର୍ଘ ୩ ବର୍ଷ ଧରି ରହିଥିଲେ ।

Leave A Reply

Your email address will not be published.