Latest Odisha News

BREAKING NEWS

ଭାରତୀୟ ଜାତୀୟ ହକିଦଳରେ ସାମିଲ୍ ହେଲେ ୨ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଓଡ଼ିଶାର ୨ଜଣ ଉଦୀୟମାନ ହକି ଖେଳାଳି ନୀଲମ୍ ସଞ୍ଜୀବ ଖେସ୍ ଏବଂ ଆଶୀଷ ଟପ୍ନୋ ଭାରତୀୟ ଜାତୀୟ ଦଳରେ ସାମିଲ୍ ହୋଇଛନ୍ତି । ଓଡ଼ିଶାର ଏହି ଦୁଇଜଣ ଖେଳାଳି ଅଗଷ୍ଟ ୧୭ରେ ଜାପାନଠାରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ଲାଗି ମନୋନୀତ ହୋଇଥିବା ୧୮ ଜଣିଆ ଭାରତୀୟ ଜାତୀୟ ହକିଦଳରେ ସ୍ଥାନ ପାଇଛନ୍ତି ।

ଯୁବ ହକି ଖେଳାଳି ନୀଲମ୍ ଜଣେ ଦକ୍ଷ ଡ଼ିଫେଣ୍ଡର ହୋଇଥିବା ବେଳେ ଆଶୀଷ ଜଣେ ଉଚ୍ଚକୋଟିର ମିଡ଼ଫିଲ୍ଡର୍ ।

ଭାରତୀୟ ଜାତୀୟ ଦଳରେ କିଛି ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିକୁ ଉପଲବ୍ଧି କରି ‘ହକି ଇଣ୍ଡିଆ’ ଏହି ଦୁଇ ଓଡ଼ିଆ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଇଛି ।

ଭାରତୀୟ ହକି ଦଳର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି, କିଛି ଯୁବ ଖେଳାଳିଙ୍କ ଦକ୍ଷତାକୁ ପରିଖିବା ଲାଗି ଟୋକିଓ ଇଭେଣ୍ଟ୍ ହିଁ ଏକ ଉପଯୁକ୍ତ ପ୍ରତିଯୋଗିତା । ଏହି ଦଳରେ କିଛି ଯୁବ ତଥା ଦକ୍ଷ ଖେଳାଳି ରହିଛନ୍ତିି ଯେଉଁମାନେ କି ଏଯାଏଁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିପାରିନାହାନ୍ତି, ବୋଲି କୋଚ୍ କହିଛନ୍ତି ।

Leave A Reply

Your email address will not be published.