Latest Odisha News

BREAKING NEWS

କ୍ରୀଡାର ବିକାଶ ପାଇଁ ସର୍ବୋତ୍ତମ ରାଜ୍ୟ ଭାବରେ ଓଡିଶା ସମ୍ମାନିତ

ମୁମ୍ବାଇ: ସମଗ୍ର ଦେଶରେ ଓଡ଼ିଶା ରାଜ୍ୟ କ୍ରିଡ଼ାର ବିକାଶ ଲାଗି ସର୍ବୋତ୍ତମ ରାଜ୍ୟ ଭାବେ ‘ସ୍ପୋର୍ଟସ ଷ୍ଟାର’ ପ୍ରତ୍ରିକା ତରଫରୁ ପୁରସ୍କାର ହାସଲ କରିପାରିଛି । ମୁମ୍ବାଇର ହୋଟେଲ୍ ତାଜ ମହଲଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ।

ପ୍ରଖ୍ୟାତ ଅନ୍ତର୍ଜାତୀୟ ଚେସ୍ ଖେଳାଳି ତଥା ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କ ଠାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, ସ୍ପୋର୍ଟସ ଷ୍ଟାର୍ ଏସ ଆୱାର୍ଡ଼ ୩ଟି କ୍ୟାଟେଗୋରୀରେ ଯଥାକ୍ରମେ ପପୁଲାର୍ ଆୱାର୍ଡ଼, ଜୁରୀ ଆୱାର୍ଡ଼ ଏବଂ ନୋମିନେଟେଡ୍ ଆୱାର୍ଡ଼ ପ୍ରଦାନ କରାଯାଇଥାଏ ।

କାତ୍ତାରର ସୁପ୍ରିମ କମିଟି ଫର୍ ଡେଲିଭରି ଏଣ୍ଡ୍ ଲିଗାସି ଫର୍ ୨୦୨୨ ଫୁଟବଲ୍ ୱାର୍ଲଡ଼ କପର ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ୍ ନାସିର ଅଲ୍ ଖଟିର୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ସ୍ପୋର୍ଟସ ଷ୍ଟାର୍ ଏସ ଆୱାର୍ଡ଼ ୩ଟି କ୍ୟାଟେଗୋରୀରେ ଯଥାକ୍ରମେ ପପୁଲାର୍ ଆୱାର୍ଡ଼, ଜୁରୀ ଆୱାର୍ଡ଼ ଏବଂ ନୋମିନେଟେଡ୍ ଆୱାର୍ଡ଼ ପ୍ରଦାନ କରାଯାଇଥାଏ । ସୂଚନାଯୋଗ୍ୟ ଯେ Sports Star Ace Award ତିନୋଟି categoryରେ ଯଥା Popular Award, Jury Award ଏବଂ Nominated Award ପ୍ରଦାନ କରାଯାଏ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୁରୀରେ ହିନ୍ଦୁ ଗ୍ରୁପର ଅଧ୍ୟକ୍ଷ ଏନ୍. ରାମ, ପୂର୍ବତନ ହକି କ୍ୟାପଟେନ ଏମ.ଏମ. ସୋମେୟା, ଅଲମ୍ପିଆନ ଅଞ୍ଜଳି ଭଗତ ଓ ଅଂଜୁ ବବି ଜର୍ଜ ପ୍ରମୁଖ ସଦସ୍ୟ ଅଛନ୍ତି।
ହିନ୍ଦୁ ଗ୍ରୁପ ପକ୍ଷରୁ ପ୍ରଥମ ଥର ପାଇଁ ଏକ ରାଜ୍ୟକୁ କ୍ରୀଡାର ସାମଗ୍ରିକ ବିକାଶ ପାଇଁ ଦୂରଦୃଷ୍ଟି, ସମ୍ବଳ ସଂଗ୍ରହ ଏବଂ ନୀତି କାର୍ଯ୍ୟାନ୍ବୟନ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଛି। ଓଡିଶା ଏଥିରେ State of the Year for the Promotion of Sports ପୁରସ୍କାର ପାଇଛି। ଜୁରୀର ଏହି ଚୟନ ସର୍ବସମ୍ମତ ଥିଲା।

Sports Star କ୍ରୀଡା ପତ୍ରିକା ପକ୍ଷରୁ ମୁମ୍ବାଇରେ ଆୟୋଜିତ ଉତ୍ସବରେ ପୁରସ୍କାର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି,

“ସାଧାରଣତଃ ମନ୍ତ୍ରୀମାନେ କ୍ରୀଡା ପୁରସ୍କାର ପ୍ରଦାନ କରୁଥିବା ଦେଖାଯାଇଥାଏ। କିନ୍ତୁ ଆଜି ହେଉଛି ଏକ ବ୍ୟତିକ୍ରମ। ଆଜି ଆପଣମାନେ ଆଶ୍ଚର‌୍ୟ୍ୟ ହେଉଥିବେ ଯେ ମୁଁ ଏଠାରେ କ୍ରୀଡା ପାଇଁ ପୁରସ୍କାର ଗ୍ରହଣ କରୁଛି। ଦେଖନ୍ତୁ, ରାଜନୀତି କ୍ରୀଡା ଠାରୁ ବିଶେଷ ଅଲଗା ନୁହେଁ। ଆମକୁ ଦୌଡିବା, ଡେଇଁବା, ଧରିବା, ଫୋପାଡିବା ଆଦି ସବୁକିଛି କରିବାକୁ ପଡିଥାଏ। ବେଳେ ବେଳେ ଆପଣ ଜାଣିପାରିବେ ନାହିଁ, ଆପଣ କେଉଁ ଦିଗରେ ଦୌଡୁଛନ୍ତି। ବେଳେ ବେଳେ ଆପଣ ଫୋପାଡିବେ ଏବଂ ବେଳେ ବେଳେ ଅନ୍ୟମାନେ ଆପଣଙ୍କୁ ଫୋପାଡି ଦେବେ। ଛାଡନ୍ତୁ, ଏଥର ପ୍ରକୃତ ବିଷୟକୁ ଆସିବା।
ଉଭୟ ଖେଳ ଓ ରାଜନୀତିରେ ସଫଳ ହେବା ପାଇଁ ଝୁଙ୍କ ଦରକାର। ଖେଳରେ – ଖେଳ ଜିତିବା ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ବିଜୟ ମୁକୁଟ ଦେବ।
କିନ୍ତୁ ଖେଳ ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ସମକ୍ଟଦ୍ଭ କରି ପ୍ରତିଷ୍ଠିତ କରାଇବ। ରାଜନୀତିରେ ମଧ୍ୟ ଏକା କଥା। କ୍ଷମତା ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ବିଜୟୀ କରିବ। କିନ୍ତୁ ସେବା ପାଇଁ ଆପଣଙ୍କ ଝୁଙ୍କ ଦ୍ବାରା ଆପଣ ଲୋକଙ୍କ ହୃଦୟ ଜିତି ପାରିବେ। ପ୍ରତିଯୋଗିତା ମନୋଭାବ ହିଁ ଉଭୟ କ୍ଷେତ୍ରରେ ସଫଳତାର ମାନକ। ଏଭଳି ମନୋଭାବ ବ୍ୟତିରେକ ଆମେ ବଡ ବଡ ସଫଳତା ହାସଲ କରିପାରିବା ନାହିଁ ।


ଏହି ବିଷୟରେ ଏକ ସୁନ୍ଦର ଉଦାହରଣ ମୁଁ ଦେବାକୁ ଚାହେଁ। ଆମେ ନିଷ୍ପତ୍ତି କଲୁ, ଯେ ଓଡିଶାରେ ସବୁ କଚା ଘରକୁ ଆମେ ପକ୍‌କା ଘରରେ ପରିଣତ କରିବୁ। ସାଧାରଣତଃ ଆମେ ୫ ବର୍ଷରେ ୫ ଲକ୍ଷ ଘର ନିର୍ମାଣ କରୁଥିଲୁ। ତେଣୁ ୫ ବର୍ଷରେ ୨୦ ଲକ୍ଷ ଘର ତିଆରି କରିବା ଆମ ପାଇଁ ଏକ ଆହ୍ବାନ ଥିଲା। ଏଥିପାଇଁ ଆମର ଫଳପ୍ରଦ କୌଶଳ ହେଲା, ଜିଲ୍ଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବା। ସଫଳ ଜିଲ୍ଲା ମାନଙ୍କୁ ସ୍ବୀକୃତି, ପ୍ରତିଯୋଗିତାକୁ ଆହୁରି ଜୋରଦାର କଲା। ଫଳସ୍ବରୂପ, ଆମେ ନିର୍ଦ୍ଦିଷ୍ଟ ସମୟରେ ରେକର୍ଡ ସଂଖ୍ୟକ ୨୦ ଲକ୍ଷ ଲୋକଙ୍କୁ ଆଶ୍ରୟ ନିରାପତ୍ତା ଦେଇପାରିଲୁ। କ୍ରୀଡାର ବିକାଶ ପାଇଁ ଏଭଳି ପୁରସ୍କାର ଆରମ୍ଭ କରିଥିବାରୁ, ଆଜି ମୁଁ ହିନ୍ଦୁ ଖବର କାଗଜକୁ ଅଭିନନ୍ଦନ ଜଣାଉଛି। ଏହା କ୍ରୀଡାର ବିକାଶ ପାଇଁ ରାଜ୍ୟ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରିବାରେ ସଫଳ ହେବ। ମିଃ ରାମ, ମୁଁ ଆଶା କରୁଛି, ଆଗାମୀ ଦିନରେ ପ୍ରତିଯୋଗିତା ଅଧିକ ତୀବ୍ର ହେବ । ଯିଏ ଜିତୁ ବା ହାରୁ, ଖେଳ ଓ ଖେଳର ବିକାଶ ହିଁ ବିଜୟୀ ହେବ। ହିନ୍ଦୁର ଏହି ପ୍ରେରଣାଦାୟୀ କାର‌୍ୟ୍ୟ ପାଇଁ ବହୁତ ଧନ୍ୟବାଦ। ମୋର ବିଶ୍ବାସ,  କ୍ରୀଡା ପାଇଁ ପୁଞ୍ଜି ବିନିଯୋଗ ହେଉଛି, ଯୁବଶକ୍ତିର ବିକାଶ ପାଇଁ ପ୍ରକୃତ ବିନିଯୋଗ ଏବଂ ଯୁବଶକ୍ତି ପାଇଁ ପୁଞ୍ଜି ବିନିଯୋଗ ହେଉଛି ଭବିଷ୍ୟତ ପାଇଁ ବିନିଯୋଗ। ତେଣୁ ଦେଶର କ୍ରୀଡାର ବିକାଶ ପାଇଁ ରାଜ୍ୟ ମାନଙ୍କ ଉଦ୍ୟମ ବା ସଂପୃକ୍ତି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ପ୍ରତ୍ୟେକ ରାଜ୍ୟ ଏବଂ ଏହାର ବାସିନ୍ଦାମାନେ ଏକ ନିର୍ଦ୍ଦିଷ୍ଟ ଖେଳ ପ୍ରତି ବିଶେଷ ଆଗ୍ରହ ଦେଖାଇଥାନ୍ତି । ଉଦାହରଣସ୍ବରୂପ, ଓଡିଶାରେ ହକି । ଏକ ଅଭିନବ ପଦକ୍ଷେପ ଭାବରେ, ଓଡିଶା ସରକାର ଉଭୟ ଜାତୀୟ ପୁରୁଷ ଓ ମହିଳା ହକି ଦଳର ସରକାରୀ ପ୍ରାୟୋଜକ ଦାୟିତ୍ବ ନେଇଛନ୍ତି। ମୁଁ ଭାବୁଛି, ଆଲମ୍ପିକ ପଦକ ମଞ୍ଚରେ ଭାରତୀୟ ଜାତୀୟ ସଂଗୀତ ବାଦନ ପାଇଁ ଆମକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ହେବ ନାହିଁ । ଏହି ସ୍ବୀକୃତି ପାଇଁ ସମ୍ମାନନୀୟ ଜୁରୀ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଏବଂ ଏହି ପୁରସ୍କାରକୁ ରାଜ୍ୟର ସାଢେ ଚାରି କୋଟି କ୍ରୀଡାପ୍ରେମୀ ଜନତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି।”

 

Leave A Reply

Your email address will not be published.