Latest Odisha News

BREAKING NEWS

ଶୃଙ୍ଖଳା ଓ ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ବାଚନ କମିଶନଙ୍କୁ ରାଜନୈତିକ ଦଳଙ୍କ ନିବେଦନ

ଭୁବନେଶ୍ୱର: ରାଜ୍ୟରେ ଶୃଙ୍ଖଳିତ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳିତ କରିବାକୁ ଗୁରୁବାର ଦିନ ଓଡ଼ିଶାର ସମସ୍ତ ରାଜନୈତିକ ଦଳମାନେ ନିର୍ବାଚନ କମିଶନଙ୍କୁ କହିଛନ୍ତି ।

ନିର୍ବାଚନ ପ୍ରସ୍ତୁତି ବୈଠକରେ ଯୋଗ ଦେବାପରେ ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ଦଳ ପକ୍ଷରୁ ସେମାନେ ନିର୍ବାଚନ କମିଶନଙ୍କୁ ଅବଗତ କରି କହିଛନ୍ତି ଯେ, ବିଜେପୁର ଉପ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଯେପରି ଭାବେ ହିଂସାତ୍ମକ କାର୍ଯ୍ୟର ଅଭିଯୋଗ ହୋଇଥିଲା ତାହାର ଯେପରି ପୂନରାବୃତ୍ତି ନହୁଏ ସେଥିପ୍ରତି ନଜର ଦେବାକୁ ଚେଷ୍ଟା କରିବେ । ନିର୍ବାଚନ କମିଶନଙ୍କୁ ଅବଗତ କରି ସେମାନେ ମଧ୍ୟ କହିଛନ୍ତି ଯେ, ସେହି ଉପ ନିର୍ବାଚନ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସମର୍ଥକ ତଥା ଜଣେ ବିଜେଡ଼ି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା ।

“ଆମେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରି କହିଛୁ ଯେ, ବେଆଇନ ଭାବେ ଯେପରି ବିଜେପି ପକ୍ଷରୁ ଏକ ଅଏଲ ପମ୍ପ ଓ ଗ୍ୟାସ ଏଜେନ୍ସି ମାଲିକଙ୍କ ଦ୍ୱାରା ଅର୍ଥ ବଣ୍ଟା ଯାଇଥିବାର ଅଭିଯୋଗ ଆସିଥିଲା ସେପରି ନହେବାକୁ ଯଥେଷ୍ଟ ଧ୍ୟାନ ଦେବାକୁ ନିବେଦନ କରାଯାଇଛି । ”

ସିପିଆଇ ନେତା ନାରାୟଣ ରେଡ୍ଡି କହିଛନ୍ତି, ତାଙ୍କ ଦଳ ପ୍ରସ୍ତାବ ଦେଇ କହିଛି, ଇଭିଏମ ବଦଳରେ ବ୍ୟାଲଟ୍ ପେପର୍ ରଖାଯାଉ ।

ଏହି ୨ ଦିନିଆ ଗସ୍ତରେ ଓଡ଼ିଶା ଆସିଥିବା ଭାରତୀୟ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମରେ ଥିବା ସଦସ୍ୟମାନେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ସହିତ ଆଲୋଚନା କରିବା ସହିତ ରାଜ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ଏସପି, ଆରଡ଼ିସି, ରେଞ୍ଜ ପୋଲିସ ଆଇଜି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଏହାପରେ ନିର୍ବାଚନ କମିଶନର୍ ଅଶୋକ ଲାଭସାଙ୍କ ନେତୃତ୍ୱରେ ଏକ ରିଭ୍ୟୁ ମିଟିଂ ରାଜ୍ୟ ମୁଖ୍ୟ ଶାସନ ସଚିବ, ଡ଼ିଜିପି, ଏବଂ ଅନ୍ୟ କେତେକ ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା ୧୫ ତାରିଖ ଦିନ ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.