Latest Odisha News

ବଦଳିପାରେ ଥଇଥାନ୍ ନିୟମ: ଚାକିରୀ ବଦଳରେ ମିଳିବ ଟଙ୍କା!

ଭୁବନେଶ୍ବର: ସରକାରୀ ଚାକିରିଆଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଚାକିରି ପ୍ରସଙ୍ଗ । ବଦଳିପାରେ ନିୟମ । ରିହାବିଲିଟେନ୍ ଯୋଜନାରେ ପରିବର୍ତ୍ତନ ହୋଇପାରେ ।  ଏନେଇ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର । ରିହାବିଲିଟେନ୍ ଯୋଜନାରେ ଏଣିକି ପରିବାର ବର୍ଗଙ୍କୁ ଚାକିରୀ ବଦଳରେ ମୋଟା ଅଙ୍କର ଟଭ୍କା ଦେଇପାରନ୍ତି ସରକାର । ଏନେଇ ସଙ୍କେତ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ତେବେ ପ୍ରକୃତରେ ମନ୍ତ୍ରୀ ଓଡ଼ିଶା ରାଜ୍ୟ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅଭିଭାଷଣରେ ମନ୍ତବ୍ୟ ରଖି କହିଛନ୍ତି, ୧୯୯୦ ଥଇଥାନ୍ ନିୟମ ଅନୁଯାୟୀ ପରିବାରର ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ, ତାଙ୍କ ପରିବାରର କାହାରିକୁ ଉକ୍ତ ଚାକିରିରେ ଥଇଥାନ୍ କରାଯାଉଥିଲା । କିନ୍ତୁ ୨୦୨୨ରେ ଏଥିରେ ଯେଉଁ ପରିବର୍ତ୍ତନ କରାଗଲା, ତାହା ଚାକିରି ନଦେବା ସଙ୍ଗେ ସମାନ । ଏଥିରେ ପରିବାର ବର୍ଗଙ୍କୁ ଚାକିରି ନମିଳିବା ଭଳି ସ୍ଥିତି ସୃଷ୍ଟି ହେଲା । ଯେଉଁମାନେ ୨୦୨୦ ପୂର୍ବରୁ ମୃତ୍ୟୁବରଣ କରିଥିଲେ ସେମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେଲେ ।  ଫଳରେ ତାପରଠୁ ଆଉ କାହାରିକୁ ଚାକିରି ମିଳିଲା ନାହିଁ । ଏମିତିକି ଯେଉଁମାନେ ଚାକିରୀ ପାଇଁ ଆବେଦନ କଲେ ସେମାନଙ୍କ ପାଇଁ କେସ ଲଢାଗଲା ଏବଂ ଏଥିପାଇଁ ଆଇନ ବିଭାଗର ଅନୁମତି ଆବଶ୍ୟକ ହେଲା ।

ଯାହାକୁ ନେଇ କ୍ୟାବିନେଟରେ ବୈଠକରେ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟମାନେ ଯୁକ୍ତି ଉପସ୍ଥାପନା କରିଥିଲେ । ଯଦି ଆମେ ଚାକିରୀ ଦେଇପାରିବା ନାହିଁ ତାହା ହେଲେ ଗୋଲଡେନ୍ ହ୍ୟାଣ୍ଡସେକ୍ ପରି ଚାକିରି ବଦଳରେ ୩୦ ରୁ ୪୦ ଲକ୍ଷ ଟଙ୍କା ଦେଇ ଥଇଥାନ ବ୍ୟବସ୍ଥା କରି ପାରିବା । ରାଜ୍ୟ ସରକାର ଏନେଇ ବିଚାର ବିମର୍ଶ କରୁଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Comments are closed.