Latest Odisha News

BREAKING NEWS

ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷାରେ ସଂରକ୍ଷଣ ନେଇ ଉଚ୍ଚସ୍ତରୀୟ କମିଟି ଗଠନ, କିଏ କିଏ ରହିଲେ ଜାଣନ୍ତୁ

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠ ପଢ଼ିଲେ ମେଡିକାଲ୍ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସଂରକ୍ଷଣ ରହିବ । ଏସମ୍ପର୍କିତ ପ୍ରସ୍ତାବ ଉପରେ ନିକଟରେ ରାଜ୍ୟ କ୍ୟାବିନେଟ ମୋହର ମାରିଥିଲା । କ୍ୟାବିନେଟ ନିଷ୍ପତ୍ତି ପରେ ସରକାର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି ।

ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ଜଷ୍ଟିସ ଏ. କେ. ମିଶ୍ରଙ୍କୁ କମିଟି ମୁଖ୍ୟ ନିଯୁକ୍ତି ଦେଇଛନ୍ତି ସରକାର । ସେହିପରି କମିଟି ସଦସ୍ୟ ରହିବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଭିସି ଅଶୋକ କୁମାର ଦାସ, ପ୍ରଫେସର ସିବିକେ ମହାନ୍ତି, IAS ଭୂପିନ୍ଦର ପୁନିଆ, ଜି. ରେଘୁ ସଦସ୍ୟ ।

ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଏ. କେ ନାୟକ କମିଟି ଆବାହକ ରହିବେ । ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ କମିଟି । ସରକାରୀ ସ୍କୁଲରେ ପଢ଼ିଲେ ମେଡିକାଲ, ଇଂଜିନିୟରିଂ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ ।

Leave A Reply

Your email address will not be published.