Latest Odisha News

ରାଉରକେଲା ଗ୍ୟାସ ଲିକ୍ ଡ୍ରାଜେଡି: ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ କରିବା ଉଚ୍ଚସ୍ତରୀୟ କମିଟି । ବୋକାରୋ ଷ୍ଟିଲପ୍ଲାଣ୍ଟ ଇଡି ଅତନୁ ଭୌମିକଙ୍କ ନେତୃତ୍ୱରେ ଟିମ୍ ଗଠନ କରିଛି ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆ । ତଦନ୍ତକାରୀ ଟିମରେ କୋଲକାତା, ଭିଲାଇ, ଦୁର୍ଗାପୁର ଷ୍ଟିଲପ୍ଲାଣ୍ଟ ସିଜିଏମ୍ ସାମିଲ ଅଛନ୍ତି ।

ଗ୍ୟାସ୍ ଲିକ୍ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଟିମ୍ । ମନୁଷ୍ୟକୃତ ନା ବୈଷୟିକ ତ୍ରୁଟିରୁ ଗ୍ୟାସ୍ ଲିକ୍ ହେଲା ସେନେଇ ଅନୁଧ୍ୟାନ କରିବେ । ପରେ ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆକୁ ରିପୋର୍ଟ ଦେବ କମିଟି ।

ଗତକାଲି ଆରଏସପିରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ୪ ଡଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଅସୁସ୍ଥ ହୋଇଛନ୍ତି ଆଉ ୬ କର୍ମଚାରୀ । ଏହି ଘଟଣାରେ ୩ ଅଫିସରଙ୍କୁ ସସପେଣ୍ଡ କରାଯାଇଛି ।

Leave A Reply

Your email address will not be published.