Latest Odisha News

ସରକାରୀ କୋଠାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟରେ ସମସ୍ତ ସରକାରୀ କୋଠାର ରଙ୍ଗ ପରିବର୍ତ୍ତନ କରାଯାଇ ଗୋଟିଏ ରଙ୍ଗ ହେବ । ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ କରାଯିବ ।

ଏନେଇ ଆଜି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍‌ସ), ଇଆଇସି (ଡିପିକ୍ୟୁ), ଓବି ଆଣ୍ଡ ସିସି ଏଲଟିଡି ଇଆଇସି ତଥା ଏମଡିଙ୍କୁ ଚିଠି କରାଯାଇଛି । ଏହା ସହିତ ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ମୁଖ୍ୟ ଯନ୍ତ୍ରୀମାନଙ୍କୁ ଏନେଇ ଚିଠି କରାଯାଇଛି ।

ତେବେ ସରକାରୀ କୋଠାର ବାହାର ପଟ କମଳା ଓ ନାଲି ବର୍ଡ଼ର ରହିବ । ଏହା ପୂର୍ବରୁ ନୂଆ ସରକାର ଆସିବା ପରେ ନିକଟରେ ସରକାର ବିଦ୍ୟାଳୟର ୟୁନିଫର୍ମ ରଙ୍ଗ ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.