Latest Odisha News

ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କଲେ ସରକାର

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କଲେ ସରକାର । ମହାମାରୀ ସମୟରେ ଆମ୍ବୁଲାନ୍ସ ମନଇଚ୍ଛା ଭଡ଼ା ନେଉଥିବା ବେଳେ, ଏଥିରେ ହସ୍ତକ୍ଷେପ କରିଛନ୍ତି ସରକାର । ପ୍ରଥମ ୧୦ କିମି ପାଇଁ ସରକାର ଦର ନିର୍ଦ୍ଧାରଣ କରିଛନ୍ତି । ପରବର୍ତ୍ତୀ କିମି ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ । ପରିବହନ ବିଭାଗର ନିଷ୍ପତ୍ତି ଅନୁସାରେ, ଧାର୍ଯ୍ୟ ହୋଇଥିବା ଦର ଠାରୁ କୌଣସି ଆମ୍ବୁଲାନ୍ସ ଅଧିକ ଟଙ୍କା ନେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମାରୁତି ଓମିନି ଭଳି ଛୋଟ ଆମ୍ବୁଲାନ୍ସ ୧୦ କିମି ମଧ୍ୟରେ ଭଡ଼ା ବାବଦକୁ ୭୫୦ ଟଙ୍କା ନେଇପାରିବେ । ସେହିପରି ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ଭଡ଼ା ନେବେ । ବୋଲେରୋ ଭଳି ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ନେବେ । ସେହିଭଳି ଲାଇଫ୍ ସପୋର୍ଟ ଥିବା ବୋଲେରୋ ଗାଡି ୧୦ କିମିକୁ ୧୫୦୦ ଟଙ୍କା ନେବେ ।

ସେହିପରି ୱିଙ୍ଗର ଭଳି ବଡ଼ ଆମ୍ବୁଲାନ୍ସ ୧୦ କିମିକୁ ୧୨୫୦ ଟଙ୍କା ନେବେ । ଯଦି ଏହି ୱିଙ୍ଗର ଭଳି ବଡ଼ ଆମ୍ବୁଲାନ୍ସରେ ଲାଇଫ ସପୋର୍ଟ ଥାଏ, ତେବେ ସେମାନେ ୨୦୦୦ ଟଙ୍କା ଭଡ଼ା ନେଇପାରିବେ । ବଡ଼ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିମିକୁ ୩ ହଜାର ଟଙ୍କା ଦେବାକୁ ପଡ଼ିବ ।

Leave A Reply

Your email address will not be published.