Latest Odisha News

BREAKING NEWS

ଦୁଇଦୁଇଟି ଫିଲ୍ମରେ ଧମାଲ୍ ମଚାଇବେ ଅଙ୍କିତା ଭୌମିକ

ଭୁବନେଶ୍ୱର: ଆଲବମ୍ ଦୁନିଆରେ ଅଙ୍କିତା ଭୌମିକଙ୍କ ନାଁ କିଛି ନୂଆ ନୁହେଁ । କନ୍‌ସେପ୍ଟ ଯାହା ବି ହେଉନା କାହିଁକ, ତାଙ୍କ ଗ୍ଲାମରସ୍ ଅନ୍ଦାଜ ଓ ଆକର୍ଷଣୀୟ ଡାନ୍ସିଂ ଭିଡିଓ ଆଲବମ୍‌କୁ ସୁପରହିଟ୍ କରାଇବା ପାଇଁ ଯଥେଷ୍ଟ ।

ବହୁ ସୁପରହିଟ୍ ଭିଡିଓ ଆଲବମ ଓ କିଛି ହାତଗଣତି ଫିଲ୍ମରେ ଅଭିନୟ କରିବା ପରେ ଆଗାମୀ ଦିନରେ ଦୁଇଦୁଇଟି ଫିଲ୍ମରେ ଆସୁଛନ୍ତି ଅଙ୍କିତା ଭୌମିକ । ପୂର୍ବରୁ ବେଶ କିଛି ଫିଲ୍ମରେ ସେ ସପୋର୍ଟିଂ ରୋଲ୍‌ରେ ଦର୍ଶକଙ୍କୁ ପ୍ରଭାବିତ କରିଥିଲେ । ହେଲେ ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ “୧୦୦% ଲଭ” ଓ “ମୋ ଜୀବନ ତୁ”ରେ ତାଙ୍କୁ ଫିମେଲ ଲିଡ୍ ରୋଲ୍‌ରେ ଦେଖିବାକୁ ମିଳିବ । ଏହି ଦୁଇଟି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଭିଡିଓ ଆଲବମ୍ ଦୁନିଆର ବାଦଶାହ ଲୁବୁନ୍‌ଟୁବୁନ୍‌ଙ୍କ ଯୋଡି ।

ଫିଲ୍ମ “୧୦୦% ଲଭ”ରେ ଓମ୍‌, କୁନା ତ୍ରିପାଠୀ, ସମରେଶ, ପ୍ରଜ୍ଞା, ଗୁଡ୍ଡୁ ଓ ବ୍ରଜ ସିଂଙ୍କ ଭଳି ଅଭିନେତା ପ୍ରମୁଖ ଭୂମିକାରେ ଦେଖାଦେବେ । ଏସ୍‌.ଏସ୍ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମଟି ବୁଦ୍ଧଦେବ ସାହୁ ଓ ବିରେନ ମହାପାତ୍ରଙ୍କ ଦ୍ୱାରା ପ୍ରଯୋଜିତ ।

ସେହିଭଳି “ମୋ ଜୀବନ ତୁ” ଭଳି ଫିଲ୍ମ ଇମ୍‌ତିଆଜ ଅଲ୍ଲି ଓ କ୍ଷିତିଶ କୁମାରଙ୍କ ଦ୍ୱାରା ପ୍ରଯୋଜିତ । ଅଙ୍କିତାଙ୍କ ଅଭିନୀତ ଏହି ଫିଲ୍ମରେ ପ୍ରଦୀପ୍ତ, ନମ୍ରତା ସିଂହଦେଓ, ସରୋଜ ଦାସ, ରିସ୍ନା, ଟନିଆ ଓ ପପୁ ସନ୍ତୁକାଙ୍କ ଭଳି କଳାକାର ବିଭିନ୍ନ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ ।

ଏହି ଦୁଇଦୁଇଟି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଓ ସଂଳାପ ସହ ବହୁ ଜଣାଶୁଣା ବ୍ୟକ୍ତିଙ୍କର ନାଁ ଜଡିତ । ତେବେ ସୁଟିଂ ସହ ପୋଷ୍ଟ ପ୍ରଡକ୍ସନ କାମ ସରିଥିବା ଏହି ଦୁଇଟି ଫିଲ୍ମର ରିଲିଜ ଡେଟ୍ ଖୁବଶୀଘ୍ର ଘୋଷଣା ହେବ ବୋଲି ଜଣାଇଛନ୍ତି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ।

Leave A Reply

Your email address will not be published.